ବିଜେପି ପକ୍ଷରୁ ପାତ୍ରପଡ଼ାରେ ଜୋରଦାର ପ୍ରଚାର
ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ବ୍ଲକ ଅନ୍ତର୍ଗତ ୨୬ନଂ ଓ ୨୮ନଂ ଜୋନ୍ରେ ଭାଜପା ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ମାନସ କୁମାର ଦତ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ପ୍ରଥମେ ଶ୍ରୀ ଦତ୍ତ ପାତ୍ରପଡା ପଞ୍ଚାୟତରେ କ୍ୟାମ୍ପନିଂ ସହ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟଭିକ୍ଷା କରିଥିଲେ । ପରେ କୁରାଡିହା ପଞ୍ଚାୟତରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ଦୃଷ୍ଟି ଦେଇ ବିଜେପି ପ୍ରାର୍ଥୀ ଓ ବିଜେପି ସମର୍ଥିତ ସମସ୍ତ ପ୍ରାର୍ଥୀଙ୍କୁ ଭୋଯ ଦେବାକୁ ସେ ନିବେଦନ କରିଥିଲେ । ଏଥି ସହିତ ବିକାଶ ନାମରେ ବିଜେଡିର ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ ସେ ଭୋଟରମାନଙ୍କୁ ମନେପକାଇ ଦେଇଥିଲେ । ଉପନିର୍ବାଚନକୁ ଦେଢ ବର୍ଷ ବିତିଥିଲେ ବି କୌଣସି ଗୋଟିଏ ହେଲେ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ହୋଇପାରିନାହ ବୋଲି ସେ ଆରୋପ କରିଥିଲେ । କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ବ୍ୟାପକ ଅନୁଦାନ ଅର୍ଥ କେବଳ ବାଟମାରଣ ହୋଇଚାଲିଛି । ଅନ୍ୟମାନଙ୍କ ମଧ୍ୟରେ ୨୬ନଂ ଜିଲାପରିଷଦ ପ୍ରାର୍ଥିନୀ ଝୁନୁଲତା ସ୍ୱାଇଁ, ୨୮ନଂ ଜିଲାପରିଷଦ ପ୍ରାର୍ଥୀ ସନ୍ତୋଷ ସେଠୀ, ପାତ୍ରପଡା ସରପଞ୍ଚ ପ୍ରାର୍ଥୀନୀ ବିନୋଦିନୀ ଦଳେଇ ଓ ସମିତିସଭ୍ୟା ପ୍ରାର୍ଥୀନୀ ଅଞ୍ଜନା ଦାସ, କୁରାଡିହା ସରପଞ୍ଚ ପ୍ରାର୍ଥୀ ନିରଞ୍ଜନ ଧଳ ଓ ସମିତିସଭ୍ୟା ପ୍ରାର୍ଥୀ ରାଜକିଶୋର ମହାଳିକ, ଅନନ୍ତ ନାୟକ, ହରେନ୍ଦ୍ର ପ୍ରଧାନ, ଅଜୟ ନାୟକ, ସଦାଶିବ ଜେନା, ମନ୍ମୟ ଦାସ, ଅଜୟ ବିଶ୍ୱାଳ, ବସନ୍ତ ନାୟକ, ପ୍ରତାପ ନାୟକ, ସୁଶାନ୍ତ ନାୟକ, ଜଗା ପାଢୀ, ମନୋରଞ୍ଜନ ବାରିକ, ରାଜେନ୍ଦ୍ର ବାରିକ, ସାଗର ଦାସ, ପୁରୁଷୋତ୍ତମ ବାରିକ, ନିରଞ୍ଜନ ବାରିକ, ଚକ୍ରଧର ଜେନା, ନରେନ୍ଦ୍ର ମହାଳିକ, ଶଶିକାନ୍ତ ମିଶ୍ର, ତନ୍ମୟ ଜେନା, ଜିତେନ୍ଦ୍ର ଷଡଙ୍ଗୀ ସହ ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


