ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାଇକିଆ,(ଓ୍ବାଇଏନ୍ଏସ୍) :କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ଘୁୁ.ଉଦୟଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ରାଇକିଆ ମଣ୍ଡଳରେ ବିଜେପି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଜାମ୍ବବ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଜିଲା ସଭାପତି ଜଗନ୍ନାଥ ସାହୁ ଓ ବିଜେପି ନେତା ମାନଗୋବିନ୍ଦ ପ୍ରଧାନ, ରାମବିଶ୍‍ ଦିଗାଲ, ବସନ୍ତ ପ୍ରଧାନ, ଜିଲା ପରିଷଦ ଝୁଲିମା ଦଳବେହେରା, ସରପଞ୍ଚ  ସୁଷମା ପ୍ରଧାନ, ଅର୍ଚ୍ଚନା ପ୍ରଧାନ, ଶରତ ଚନ୍ଦ୍ର ପ୍ରଧାନ, ତାପସ ଦଳବେହେରା ପ୍ରମୁଖ ଏଥିରେ ଯୋଗଦେଇ ଜନସଂଘଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତୀୟ ଜନତାପାର୍ଟିର ଜୟଯାତ୍ରା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ବିକାଶ ଯୋଜନା ଓ ଦଳିୟ ସଂଗଠନକୁ ମଜଭୁତ୍‍ କରିବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଗୁରୁୂମନ୍ତ୍ର ପ୍ରଦାନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳ, ଶକ୍ତିକେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ