ବିଜେପି ପକ୍ଷରୁ “ମନ୍ କି ବାତ୍” କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧ ଶହ ତମ ମନ କି ବାତ୍ କାର୍ଯ୍ୟକ୍ରମ ପୂର୍ତ୍ତି ଅବସରରେ ରବିବାର ଭାରତୀୟ ଜନତା ପାର୍ଟି ବିଜେପି ପକ୍ଷରୁ ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ନୂଆଗଡ ଗ୍ରାମରେ ଏକ ଜନସଭା ଅନୁଷ୍ଠିତ ହୋଇଯାଇଛି । ଇଂ. ଉତ୍ତମ ପାଣିଗ୍ରାହୀଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଗ୍ରାମବାସୀ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକମାନେ ଯେପରି ପ୍ରଧାନମନ୍ତ୍ରୀଙ୍କ ନିକଟତର ହୋଇପାରିବେ ଏବଂ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ଓ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଏନ୍ . ରାଜେନ୍ଦ୍ର ପାତ୍ର , ଡା. ଅମୂଲ୍ୟ ଚୌଧୁରୀ, ମନୋଜ କୁମାର ପଣ୍ଡା, ଶୁଭ୍ରାଂଶୁ ପ୍ରଧାନ , ସୁରେଶ କବି , ଜନାର୍ଦ୍ଦନ ପ୍ରଧାନ , ରଘୁନାଥ ସାମନ୍ତରାୟ , କାହ୍ନା ରେଡ୍ଡୀ , ଅନିଲ ମିଶ୍ର , ରବି ମିଶ୍ର , ଯତୀନ ପାଣିଗ୍ରାହୀ , ଦୁଃଖୀଶ୍ଯାମ ପାଣିଗ୍ରାହୀ , ମଦନ ପାଣିଗ୍ରାହୀ , ହରି ପ୍ରଧାନ , ଅଭିମନ୍ୟୁ ସେଠୀ ଙ୍କ ସମେତ ଆଖପାଖ ଗ୍ରାମର ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।