ବିଜେପି ପକ୍ଷରୁ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ୍ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଦେଶ ପାଇଁ ବଳିଦାନ ଦେଇଥିବା ବିର ସହିଦ ମାନଙ୍କ ପାଇଁ ସମର୍ପିତ ଅଭିଯାନ , “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅକ୍ଟୋବର ୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ମାନ୍ୟବର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋଶଙ୍କ ସହ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ଅନିତା ଶୁଭଦର୍ଶୀନୀ, ସୂର୍ଯ୍ୟ ନାରାୟଣ ନାୟକ, ଅନିଲ ପଣ୍ଡା, ମହେଶ ମହାନ୍ତି, ନୀଳମଣି ବିଷୋୟୀ, ବିନାୟକ ତ୍ରିପାଠୀ, ନୀଳମାଧବ ପାତ୍ର, ପ୍ରତାପ ଚନ୍ଦ୍ର ନାୟକ, ରାଜେନ୍ଦ୍ର ପାତ୍ର, ଦୀପକ କୁମାର ପ୍ରଧାନଙ୍କ ସମେତ ବହୁ ଯୁବ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମନ୍ତ୍ରୀଙ୍କ ସମେତ ଅନ୍ୟମାନେ ଘରକୁ ଘର ଯାଉ ଅମୃତ କଳସରେ ସହୀଦମାନଙ୍କ ଉଦ୍ଦେଶ୍ୟରେ ମାଟି ସଂଗ୍ରହ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ