ବିଜେପି ପକ୍ଷରୁ ମୌନ ଗଣଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା) :ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକାଳରେ ତାଙ୍କ ଉପରେ ଆକ୍ରମଣ ପାଇଁ ହୋଇଥିବା ଷଢ଼ଯନ୍ତ୍ରକୁ ସମଗ୍ର ଦେଶରେ ପ୍ରତିବାଦ କରାଯାଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲା ବିଜେପି ପକ୍ଷରୁ ରବିବାର ପ୍ରତୀକ ମୌନ ପ୍ରତିବାଦ ଓ ଗଣଧାରଣା ସ୍ଥାନୀୟ ସିନେମାଛକସ୍ଥିତ ସହିଦ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆୟୋଜିତ ଏହି ମୌନବ୍ରତ ପାଳନ ଓ ପ୍ରତିବାଦ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବିଜେପି ରାଜ୍ୟ ନେତ୍ରୀ ସୁଷମା ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ପର୍ଶୁରାମ ପରିଡ଼ା, ଚିତ୍ତରଞ୍ଜନ ପଣ୍ଡା, ବିପିନ ମାରାଣ୍ଡି, ଲମ୍ବୋଦର ନାୟକ, କମଳା ବିନ୍ଧାଣୀ, ରାଜେଶ ମହାପାତ୍ର, ସଂଯୁକ୍ତା ମହାପାତ୍ର, ଅଭିପ୍ସା ନାୟକ, ମହୁଆ ପ୍ରଧାନ, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଯୋଗଦେଇ ମୁହଁରେ କଳାପଟି ବାନ୍ଧି ଧାରଣାରେ ବସିଥିଲେ । ସକାଳ ୧୦ଟାରୁ ମଧ୍ୟାହ୍ନ୧୨ଟା ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଚାଲିଥିଲା । ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଷଢ଼ଯନ୍ତ୍ରକୁ ଜିଲା ସଭାପତି ଶ୍ରୀ ମହାପାତ୍ର ତୀବ୍ର ନିନ୍ଦା କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି ବୋଲି ବିଜେପିର କର୍ମକର୍ତ୍ତାମାନେ ମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ