ବିଜେପି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

ଭଞ୍ଜନଗର, ( ସନ୍ତୋଷ କୁମାର ଜେନା): କୋରନା ପାଇଁ ସରକାର ସାରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି। ଫଳରେ ଏଭଳି ସ୍ଥିତିରେ ଗରିବ ଅସହାୟ ଲୋକ ମାନେ ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମରେ ଗରିବ ଅସହାୟ ଲୋକମାନଙ୍କୁ ମାଗଣାରେ ଚାଉଳ,ଡାଲି, ଚୁଡା, ଚିନି ଓ ସାବୁନ ବଣ୍ଟନ କରାଯାଇଛି। ଏଥିରେ ଜିଲୁଣ୍ଡି ଗ୍ରାମ ପଂଚାୟତ ର ଓକିଲ ଆଶିଷ କୁମାର ପ୍ରଧାନ, ପ୍ରଶାନ୍ତ ପଣ୍ଡା,ଶଙ୍କର ପ୍ରଧାନ,ସନ୍ତୋଷ ପ୍ରଧାନ,ହେମନ୍ତ ପଣ୍ଡା,ଅରୁଣ ମିଶ୍ର ଏବଂ ଏକାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ