ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀ ଭୃଗୁ ଓ ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ କୁମାର କର ଙ୍କ ପାଇଁ ଅନୁ ଚୈାଧୁରୀଙ୍କ ପ୍ରଚାର
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ ) : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାୟକ ପଦବୀ ହାତେଇବା ନିମନ୍ତେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ମଣ୍ଡଳୀ ରେ ଶକ୍ତି ପ୍ରଦର୍ଶନ କରିଛି । ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ଭାବେ ସିନେ ଅଭିନେତ୍ରୀ ଅନୁ ଚୈାଧୂରୀ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ଗୁଣଗାନ କରି ନିଜ ଅଭିନେତ୍ରୀ ଢଙ୍ଗରେ ଖୋଲା ଜିପ୍ ମାଧ୍ୟମରେ ରୋଡ ସୋ କରି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ଏବଂ ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ କୁମାର କରଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟଦେଇ ବିଜୟୀ କରିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏଥର କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ଲୋକମାନେ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ମଧ୍ୟ ଅଭିନେତ୍ରୀ ଅନୁ ଚୈାଧୂରୀ କହିଥିଲେ । ପ୍ରାରମ୍ଭରେ ସ୍ଥାନୀୟ ପାଲିଆ ଛତ୍ରପୁର ଛକ ଠାରୁ ଶହ ଶହ ସମର୍ଥକଙ୍କୁ ଧରି ଏକ ବିଶାଳ ବାଇକ୍ ଶୋଭାଯାତ୍ର ମାଧ୍ୟମରେ ଭାରତୀୟ ଜନତା ପାର୍ଟୀ ଉଭୟ ପ୍ରାର୍ଥୀ ମାନଙ୍କ ନିମନ୍ତେ ଅଭିନେତ୍ରୀ ଅନୁ ଚୈାଧୂରୀ ରୋଡ ସୋ କରିଥିଲେ । ତାଙ୍କୁ ଦେଖିବା ନିମନ୍ତେ ଛତ୍ରପୁର ଏନଏସିର ବିଭିନ୍ନ ଛକରେ ଲୋକମାନେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଏହି ରୋଡସୋ ରେ ଗଂଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଛତ୍ରପୁର ଏନଏସିର ପୁର୍ବତନ ଉପାଧ୍ୟକ୍ଷ ବସନ୍ତ କୁମାର ବେହେରା, ମତ୍ସ୍ୟଜିବୀ ନେତା ଭୀମସେନ ବେହେରା, ହୁମ୍ମାମଣ୍ଡଳ ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୀର୍ତନ ଦାସ, ଭାରତୀୟ ଜନତା ପାର୍ଟିର ରାଜ୍ୟ ହରିଜନ ମୋର୍ଚ୍ଚାର ସାଧାରଣ ସଂପାଦକ ଧରଣୀଧର ବେହେରା, ଜିଲ୍ଲା ହରିଜନ ମୋର୍ଚ୍ଚାର ସଭାପତି ଚୈତନ୍ୟ ପ୍ରଧାନ, ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀ, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ଗାଣ୍ଡୁଧର ଗୈାଡ, ଯୁବନେତା ଜି.ମନୋଜ କୁମାର ରେଡ୍ଡୀ, ଶ୍ରମିକ ନେତା ବିଜୟ ମୁଦୁଲି, ଆର୍ଯ୍ୟପଲ୍ଲୀ ପଂଚାୟତ ଯୁବନେତା ପି.ରାମବାବୁ, ଏନ୍.ଦୀନବନ୍ଧୁ, କେ.ଦାଶରଥୀଙ୍କ ସମେତ ଶହ ଶହ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ ।