ବିଜେପି ପକ୍ଷରୁ ସେବା ପକ୍ଷ ଅବସରରେ ସ୍ୱାସ୍ଥ୍ୟ ସେବା ଶିବିର 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ତମ ଜନ୍ମଦିନ ଅବସରରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୋଡାମାରୀ ବଜାର ସାହି ପରିସରରେ ସୋମବାର ଦିନ ବିଜେପି ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେବା ପକ୍ଷ ପାଳନ ଅବସରରେ ଆୟୋଜିତ ଶିବିରକୁ ମୂଖ୍ୟ ଅତିଥି ଭାବେ ବିଜେପି ବିଧାୟକ ପ୍ରାର୍ଥୀ ଇଂ. ଉତ୍ତମ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତରୁ ସହସ୍ରାଧିକ ଜନ ସାଧାରଣ ଆସି ବିଭିନ୍ନ ବିଭାଗରୁ ନିୟୋଜିତ ରହିଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ନିଜ ନିଜ ରୋଗରଲକ୍ଷଣନିରାକରଣ ପାଇଁ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ପୋଡାମାରୀରେ ରହିଥିବା ଏକ ମାତ୍ର ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଆଖପାଖ ଆଦିବାସି ସଂପ୍ରଦାୟର ଗ୍ରାମର ବହୁ ରୋଗୀ ସ୍ବାସ୍ଥ୍ୟସେବା ନିମନ୍ତେ ଏଠାକୁ ଆସୁଥିବା ବେଳେ ଉପଯୁକ୍ତ ଡାକ୍ତର ଅଭାବ ଏବଂ ଉପସ୍ଥିତ ଡାକ୍ତରଙ୍କ ଅବହେଳା ହେତୁ ରୋଗୀଙ୍କ ସେବା ବାଧାପ୍ରାପ୍ତ ହେଉଥିଲା । ତେଣୁ ଏହି କାର୍ଯ୍ୟକ୍ରମ ଦ୍ବାରା ରୋଗୀ ମାନେ ସଠିକ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଥିଲେ । ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମକର୍ତ୍ତା ରହି ରୋଗୀସେବା ପରିଚାଳନା କରିଥିଲେ । ଏହି ଶିବିରରେ ଅନ୍ଯ ମାନଙ୍କ ମଧ୍ୟରେ ଗଦାଧର ସ୍ବାଇଁ ବିଜେପି କର୍ମୀ ବାଳକୃଷ୍ଣ ପଣ୍ଡା , ବାବୁଲି ପଣ୍ଡା , ସନାତନ ନାୟକ , ଜୟ ପଣ୍ଡା , ଗୋପାଳ ଗୈାଡ , ଭଗବତ , ସଚିନ , ମନୋରଞ୍ଜନ ସାହୁ , ବି. ପ୍ରଦଶ ପାତ୍ର ସମେତ ଡଃ .ଅଭିନାଶ ମହାନ୍ତି , ଖୟନପ୍ରଭା ସେଠୀ , ସନ୍ୟାସୀ ବେହେରା , ଆରତୀ ବେହେରା , ସାଗରିକ ସିଂ , ଅଶୋକ ଦାସ , ଅଭିଷିକ୍ତ ବେହେରା ପ୍ରମୁଖ ଅଂଶଗ୍ରହଣ କରି ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ