ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ

ଛତ୍ରପୁର,(ଦେବଦତ୍ତ ମହାରଣା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସ୍ଥାନୀୟ ଅସ୍ଥାୟୀ ବିଜେପି କାର୍ଯ୍ୟାଳୟ ଠାରେ ସେବା ସପ୍ତାହ ପାଳନ କରାଯାଇଛି । ଛତ୍ରପୁର ନିର୍ବାଚନମଣ୍ଡଳୀ ଯୁବ ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଛତ୍ରପୁର ଏନ୍‌ଏସିର କୃଷକ ବଜାର ରାସ୍ତାରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ୍ କୁମାର ରାଉଳ, ସଂପାଦକ ଅମରେଶ କୁମାର ମହାରଣା, ଡି.ସୁରେଶ ରେଡ୍ଡୀ, ପୂର୍ବତନ ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀ, ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ