ବିଜେପି ପକ୍ଷରୁ ହରିଜନ ବସ୍ତି ବାସିନ୍ଦା ସମ୍ପର୍କ ଅଭିଯାନ

ବୁଗୁଡା, (ଅନିଲ କୁମାର ମହାରଣା):ପବିତ୍ର ଗାନ୍ଧୀ ଜୟନ୍ତୀ ଓ ସେବାପକ୍ଷ ଉପଲକ୍ଷେ ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ପାଟଣା ଅନୁସୂଚିତ ଜାତି ବସ୍ତିରେ ବସ୍ତି ବାସିନ୍ଦାଙ୍କ ସହ ସଂପର୍କ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ବିଜେପି ଘୁମୁସର ଏହିସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ଚନ୍ଦ୍ର ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ମିରାବାଇ ଦେଓ, ବ୍ଲକ୍ ସଂଯୋଜକ ହରିକୃଷ୍ଣ ସାହୁ, ପଞ୍ଚାନନ ସାହୁ ପ୍ରମୁଖ ଯୋଗଦେଇଥିଲେ। କେନ୍ଦ୍ରର ମାନ୍ୟବର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ବସ୍ତି ବାସିନ୍ଦାଙ୍କୁ ଅବଗତ କରାଯାଇଥିଲା। ଏହାପରେ ବସ୍ତି ବାସିନ୍ଦାଙ୍କ ସହ ମିଳିତ ଭୋଜନରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ