ବିଜେପି ପକ୍ଷରୁ ୨ ଦିନିଆ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡା ସ୍ଥିତ ଆମ୍ବେଦକର ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଖଜୁରିପଡ଼ା ମଣ୍ଡଳ ବିଜେପି ପକ୍ଷରୁ ୨ ଦିନିଆ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକାରେ ଜନସଂଘ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତୀୟ ଜନତାପାର୍ଟିର ଜୟଯାତ୍ରା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ବିକାଶ ଯୋଜନା ଓ ଦଳିୟ ସଂଗଠନକୁ ମଜଭୁତ୍‍ କରିବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଗୁରୁୂମନ୍ତ୍ର ପ୍ରଦାନ କରିଥିଲେ। ବୈଠକରେ ପୂର୍ବତନ ଜିଲା ସଭାପତି ଲିଙ୍ଗରାଜ ଦଳବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଦେବ ନାରାୟଣ ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ଅନନ୍ତ କୁମାର ଦିଗାଲ, ସାଧାରଣ ସଂପାଦକ ରଂଜନ କୁମାର କହଁର, ପୁରସ୍ତମ ମଲିକ, ରାଇ କିଶୋର ପ୍ରଧାନ, ମନୋଜ କୁମାର ପଣ୍ଡା, ବିକ୍ରମସେନ ଦେହୁରୀ, କୁମାର କହଁର ପ୍ରମୁଖ ବୈଠକକୁ ସଂଚାଳନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ