ବିଜେପି ପକ୍ଷରୁ ୬ଘଣ୍ଟିଆ ବନ୍ଦ ପାଳନ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଶିକ୍ଷୟତ୍ରୀ ମମିତା ମେହର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ସହିତ ସିବିଆଇ ତଦନ୍ତ ଦାବି କରି ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଭଦ୍ରକ ଜିଲ୍ଲାରେ ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବଜାର ସମେତ ଜାତୀୟ ରାଜପଥକୁ ବିଜେପି କର୍ମୀ ମାନେ ସକାଳ ୬ଟା ଠାରୁ ଦିନ ୧୨ଟା ଯାଏ ବନ୍ଦ ରଖିଥିଲେ। ଭଣ୍ଡାରିପୋଖରୀ ଜାତୀୟ ରାଜପଥ ଅବରୋଧ ବେଳେ ବିଜେପି ନେତା ବଦ୍ରିନାରାୟଣ ଧଳ ଉପସ୍ଥିତ ରହି ମମିତା ମେହର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାରିପଦା ଠାରେ ହୋଇଥିବା ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ହୋଇଥିବା ଆକ୍ରମଣର ଦୃଢ଼ ନିନ୍ଦା କରିଥିଲେ। ଏଥିରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସୁଶାନ୍ତ ମହାପାତ୍ର, ରାମଚନ୍ଦ୍ର ସେନାପତି, କମଳ କୁମାର ନନ୍ଦ, କରୁଣାକର ସାହୁ, ଗିରିଶ ସାମଲ, ନିର୍ମଳ କର, ଜଗବନ୍ଧୁ ଦାସ ପ୍ରମୁଖ ବହୁ କର୍ମୀ ଯୋଗଦେଇଥିଲେ। ସେହିଭଳି ପଟ୍ଟାପୋଲ ବଜାର ଠାରେ ଅମୂଲ୍ୟ ସେଠୀ, ଭୀମସେନ ନାୟକ, ରବିନ୍ଦ୍ର ନାୟକ, ନିରାକାର ସାହୁ, ଦେବେନ୍ଦ୍ର ବରାଳ, ପ୍ରଦୀପ ନାୟକ, ସୁରେନ୍ଦ୍ର ରାଉତ, ଦିଲ୍ଲୀପ ମହାନ୍ତି, ନରେନ୍ଦ୍ର ସ୍ୱାଇଁପ୍ରମୁଖ ବନ୍ଦରେ ସାମିଲ ହୋଇଥିଲେ। ଅନୁରୂପ ଭାବେ ମଞ୍ଜୁରୀରୋଡ଼ ବଜାର ଠାରେ ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ପ୍ରଫୁଲ ସାହୁ, ତରଣିସେନ ପଣ୍ଡା, ଯତୀନ୍ଦ୍ର ବେହେରା, ରୁକ୍ମଣୀ ଦାସ, ସୁରେଶ ଦାସ, ପ୍ରଦୀପ ଦାସ, ଅଜୟ ପାତ୍ର ପ୍ରମୁଖ ୬ଘଣ୍ଟିଆ ବନ୍ଦର ନେତୃତ୍ୱ ନେଇଥିଲେ । ମୋଟାମୋଟି ଭାବେ ବ୍ଲକ ଅଧିନ ଛୋଟ ବଡ ବ୍ୟବସାୟ ପେଣ୍ଠସ୍ଥଳ ଗୁଡିକରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସାଧାରଣ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଏହାଛଡା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ କିଛି ସମୟ ପାଇଁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।