ବିଜେପି ପଞ୍ଚପଡ଼ା ମଣ୍ଡଳର ସାଂଗଠନିକ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ଆସନ୍ନ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ପଞ୍ଚପଡ଼ା ମଣ୍ଡଳରେ ବିଜେପିର ସାଂଗଠନିକ ବୈଠକ ଶିଲଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏହି ବୈଠକକୁ ମଣ୍ଡଳ ସଭାପତି ବିଜୟ ଦାସ ପରିଚାଳନା କରିଥିଲେ । ସାମୁଦ୍ରିକ ବନ୍ଦେ ମାତରମ ଗାନ ପରେ ଆନୁଷ୍ଠାନିକ ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ପରିଚାଳନା, ପାର୍ଥୀ ଚୟନ ଓ ରଣନୀତି ବିଷୟରେ ବିଷଦ ଆଲୋଚନା ହୋଇଥିଲା। ବକ୍ତା ଭାବରେ ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ବୁଆଁଳ ସମିତି ସଭ୍ୟ ସଦସ୍ୟ ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ଯକାରୀଣୀ ସଦସ୍ୟ ପର୍ଶୁରାମ ବେହେରା, ସଦର ବିଧାୟକ ପାର୍ଥୀ ମାନସ କୁମାର ଦତ୍ତ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଏହି ଆଲୋଚନାରେ ଭାଗ ନେଇଥିଲେ। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ କର୍ମକର୍ତ୍ତା ବୃନ୍ଦଙ୍କୁ ସଂଗଠନରେ ଏକତାର ମନ୍ତ୍ର, ସାଂଗଠନିକ ଶକ୍ତି ଓ ବିଜୟର ଉଦ୍ଦୀପନାର ସଂଚାର କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ସୁମତି ନାୟକ, ସମିତି ସଭ୍ୟ ସାଗେନ ମାଝୀ, ବହାବଳପୁର ସରପଞ୍ଚ ରଶ୍ମିତା ମଣ୍ଡଳ, ସାର୍ଥା ସରପଞ୍ଚ ସାନାଆଁ ମୁର୍ମୂ, ସମିତି ସଭ୍ୟ ଜୟନ୍ତୀ ମୁର୍ମୂ, ପଞ୍ଚପଡା ସରପଞ୍ଚ ଅନ୍ନପୂର୍ଣ୍ଣା ମଣ୍ଡଳ, ପଞ୍ଚପଡା ମଣ୍ଡଳ ପ୍ରଭାରୀ ବେଣୁଧର ପରିଡ଼ା, ସାଂସଦ ପ୍ରତିନିଧି ସୁଶାନ୍ତ ବେରା, ପୂର୍ବତନ ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ସମେତ ସମସ୍ତ ମଣ୍ଡଳ ପଦାଧିକାରୀ ଭାଗନେଇଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର ।