ବିଜେପି ପଞ୍ଚୁପଡ଼ା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚୁପଡ଼ା ବିଜେପି ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ସଭାପତି ବିଜୟ କ଼ୁମାର ଦାସଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ମାନସ କୁମାର ଦତ୍ତ ଏଥିରେ ଯୋଗଦେଇ ଦଳୀୟ ସଙ୍ଗଠନକୁ ଆଗେଇ ନେବାର ବିଭିନ୍ନ ଦିଗ ସମ୍ପର୍କରେ କର୍ମୀମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ବିଶେଷ କରି ସ୍ଥାନୀୟ ସମସ୍ୟା ସମାଧାନ ଓ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଜନ ସଧାରଣଙ୍କୁ ସଚେତନତା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟପକ୍ଷରେ ବିଭିନ୍ନ ଯୋଜନା କାର୍ଯ୍ୟକାରିତାରେ ବିଭାଗୀୟ ଅଧିକାରୀ ଏବଂ ଶାସକଦଳର ଛାମୁଆ କର୍ମୀଙ୍କ ଦ୍ୱାରା ହେଉଥିବା ଅନିୟମିତାତା, ଆବାସ ଯୋଜନା ଦୁର୍ନୀତି, ଟାଟା ପାୱାର ଦ୍ୱାରା ହେଉଥିବା ବିଦ୍ୟୁତ ଗ୍ରାହକ ଶୋଷଣ ଆଦିକୁ ଶ୍ରୀ ଦତ୍ତ ତୀବ୍ର ସମାଲୋଚନା କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ହେଉଥିବା ଅନିୟମିତତାକୁ ନେଇ ଏହି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ମଣ୍ଡଳ ପ୍ରବାରୀ ଲୋକନାଥ ଭୁୟାଁ, ରାଜେନ୍ଦ୍ର ଚାଟାର୍ଜୀ, ପଞ୍ଚାୟତ ସଭାପତି ଲଲାଟେନ୍ଦୁ ଦାସ, ବିମଲ ସାହୁ, ମହେଶ୍ୱର ମାନ୍ନା, ଭାଗ୍ୟଧର ଦାସ, କାହ୍ନୁଚରଣ ପ୍ରଧାନ, ସରପଞ୍ଚ ଜୟନ୍ତୀ ଆଦିକ, ରାମ ଦ୍ୱିବେଦୀ ଓ ସୁସ୍ମିତା ଦାସ, ସମିତିସଭ୍ୟା ପ୍ରିୟଙ୍କା ଜେନା, ହାରାମଣି ଜେନା, ସମିତିସଭ୍ୟ ରବୀନ୍ଦ୍ର ଜେନା, ମଣ୍ଡଳ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ମନ୍ତ୍ରୀ ଓ ଝାଡେଶ୍ୱର ସେଠୀ ତଥା ମଣ୍ଡଳର ପଦାଧିକାରୀ ଏବଂ ସାତଗୋଟି ପଞ୍ଚାୟତର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।