ବିଜେପି ପରେ କଂଗ୍ରେସ ଜାରୀ କଲା ହ୍ୱିପ

ନୂଆଦିଲ୍ଲୀ , ( ଯୁଗାବ୍ଦ ନ୍ୟୁଜ) : ଲୋକସଭାରେ ନାଗରିକ ସଂସୋଧନ ବିଲ ପାରିତ ହେବା ପରେ ଏହାକୁ ରାଜ୍ୟସଭାରେ ପାରିତ କରିବା ପାଇଁ ବିଜେପି ତାର ସାଂସଦ ମାନଙ୍କୁ ହ୍ୱିପ ଜାରୀ କରିଥିବାବେଳେ ମଙ୍ଗଳବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆସନ୍ତକାଲି ସଂସଦରେ ଉପସ୍ଥିତ ରହିବାକୁ ସମସ୍ତ କଂଗ୍ରେସ ସାଂସଦ ମାନଙ୍କୁ ହ୍ୱିପ ଜାରୀ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ , ସୋମବାର ଲୋକସଭାରେ ଏହି ଗୁରୁତ୍ୱପୁର୍ଣ୍ଣ ବିଲ ଉପରେ ୧୨ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଆଲୋଚନା ହୋଇଥିବା ବେଳେ ରାଜ୍ୟସଭାରେ ସ୍ୱଳ୍ପ ସମୟ ଅର୍ଥାତ ୬ ଘଣ୍ଟା ଆଲୋଚନା କରିବା ପାଇଁ ସମୟ ନିର୍ଘଣ୍ଟ ହୋଇଛି । ଏହି ବିଲ ରାଜ୍ୟସଭାରେ ପାରିତ ହେବା ପାଇଁ ୧୨୧ ସାଂସଦଙ୍କର ଆବଶ୍ୟକ ଥିବାବେଳେ ବର୍ତ୍ତମାନ ରାଜ୍ୟସଭାରେ ୨୫୦ ଆସନରୁ ୫ଟି ଆସନ ଖାଲି ପଡିଛି । ଲୋକସଭାରେ ଏହି ବିଲକୁ ସମର୍ଥନ କରିଥିବା ଶିବସେନା ରାଜ୍ୟସଭାରେ ଏହାକୁ ବିରୋଦ୍ଧ କରିବ ବୋଲି ସୁଚନା ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ