ବିଜେପି ପାଟପୁର ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଭାରତୀୟ ଜନତା ପାର୍ଟି ପକ୍ଷରୁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଟପୁର ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ପାଟପୁର ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ବିଧାୟକ ପ୍ରାର୍ଥୀ ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପ୍ରତ୍ୟେକ ପଞ୍ଚାୟତର ସମସ୍ତ ବୁଥରେ ଦଳୀୟ ସଙ୍ଗଠନ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସମସ୍ତ ଯୋଜନା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରାଇବା ଓ ୫୯ ନଂ ଜୋନର ସମସ୍ତ ବୁଥ କୁ ମୋ ବୁଥ ମଜବୁତ୍ କରିବା ପାଇଁ ଗୁରୁତ୍ବ ଦିଆଯାଇଥିଲା। ମଣ୍ଡଳ ସଭାପତି ରାଣା ଗୌତମ ପ୍ରଭାରୀ ଦୁର୍ଗାଚରଣ ପଟ୍ଟନାୟକ ଯୋଗ ଦେଇ ନିର୍ବାଚନ ପୂର୍ବରୁ ସମସ୍ତ ବୁଥ କୁ ଶକ୍ତିଶାଳୀ କରିବା ପାଇଁ ଆଲୋକପାତ କରିଥିଲେ।ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ ବରିଷ୍ଠ ନେତା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ ଉପସଭାପତି ଏମ୍ ଚିନ୍ମୟ ରେଡ଼ି ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାପତି ଯମୁନା ନାୟକ ପୂର୍ବତନ ସରପଞ୍ଚ ଈଶ୍ୱର ସ୍ୱାଇଁ ସମେତ ଏକ ହଜାରରୁ ଉର୍ଦ୍ଧ୍ବ ମଣ୍ଡଳ ଓ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଆଲୋଚନା ରେ ସାମିଲ ହୋଇଥିଲେ।


