ବିଜେପି ପାଳିଲା କଳାଦିବସ, ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ବିରୋଧ ପ୍ରଦର୍ଶନ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଭାରତୀୟ ଜନତା ଦଳ କରଞ୍ଜିଆ ବ୍ଲକ ସଂଗଠନ ପକ୍ଷରୁ କଳାଦିବସ ପାଳନ କରାଯାଇଛି ।ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ବରିଷ୍ଠ ନେତା କୃପାସିନ୍ଧୁ ମହାନ୍ତ ଙ୍କ ନେତୃତ୍ୱରେ ଆୟୋଜିତ ଏହି ବିରୋଧ ପ୍ରଦର୍ଶନ ରେ ଉପସ୍ଥିତ ନେତା ମାନେ ତାଙ୍କ ବକ୍ତବ୍ୟ ରେ ସର୍ବଭାରତୀୟ ସ୍ତର ରେ ଏପ୍ରିଲ ୨୪ ତାରିଖ ରେ ପଂଚାୟତି ରାଜ ଦିବସ ପାଳନ ହେଉଥିବା ବେଳେ ଓଡ଼ିଶାରେ ବିଜେଡି ସରକାର ମାର୍ଚ୍ଚ ୫ ତାରିଖ ରେ ଏହା ପାଳନ କରିବା କେବଳ ରାଜନୈତିକ ଉଦେଶ୍ୟ ପ୍ରଣଦିତ ପଞ୍ଚାୟତି ରାଜ ବ୍ୟବସ୍ଥା କୁ ସୁଦୃଢ କରିବା ପାଈଁ ରାଜ୍ୟ ସରକାର ଙ୍କ କୌଣସି ଆନ୍ତରିକତା ନାହିଁ ଓଲଟା ଓଡିଶା ରେ ପଞ୍ଚାୟତି ରାଜ ବ୍ୟବସ୍ଥା କୁ ରାଜ୍ୟ ସରକାର ହତ୍ୟା କରିଛନ୍ତି ।ପଞ୍ଚାୟତି ରାଜ ବ୍ୟବସ୍ଥା ର ଆତ୍ମା କାନ୍ଦୁଚି ଓ ଏହା ଭ୍ରଷ୍ଟାଚାର ଓ ଦୁର୍ନୀତି ର କେନ୍ଦ୍ରବିନ୍ଦୁ ପାଲଟିଛି ଏଣୁ ଏହି ଦିବସକୁ ବିଜେପି ଭ୍ରଷ୍ଟାଚାର ଦିବସରୂପେ ପାଳିବା ସହିତ ସମସ୍ତ କାର୍ଯ୍ୟକର୍ତା ହାତରେ ଓ ମୁଣ୍ଡ ରେ କଳା ପଟିବାନ୍ଧି ପ୍ରତିବାଦ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଜିଲ୍ଲା ଲିଗାଲ ସେଲ ସଭାପତି ମଦନ ମୋହନ ମହାନ୍ତ, ମଣ୍ଡଳ ସଭାପତି ସଞ୍ଜୀବ କୁମାର ପାଣିଗ୍ରାହୀ, ଦେବେନ୍ଦ୍ର ମହାନ୍ତ, ଜିଲ୍ଲା ମହିଳା ମୋର୍ଚା ଉପ ସଭାନେତ୍ରୀ ହେମଲତା ଦେହୁରୀ, ପୂର୍ବତନ ଜିଲାପରିଷଦ ସଭ୍ୟ ଯୁଗଳ କିଶୋର ନାଏକ, ବନମାଳୀ ମହାନ୍ତ,ଜିଲ୍ଲା ସମ୍ପାଦିକା ସୁନାମଣି ହୋ, ସମିତି ସଭ୍ୟା ଯମୁନା ନାଏକ, ଭଗବାନ ସୟ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ପରେଶ ଦାସ ଙ୍କ ସହିତ ଅନେକ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ।