ବିଜେପି ପ୍ରାର୍ଥୀମାନଙ୍କ ବାଇକ ରାଲି

ନିମାପଡ଼ା,( ସନ୍ତୋଷ ଦାଶ) ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରେ ସମସ୍ତ ଦଳ ସେମାନଙ୍କ ର ପ୍ରାର୍ଥୀ ଙ୍କ ନାମ ଘୋଷଣା କରିବା ପରେ ରାଜନୈତିକ ବାତାବରଣ ସରଗରମ ହେବାରେ ସେ ଲାଗିଛି।ପ୍ରାର୍ଥୀ ମାନେ ନିଜ ନିଜ ସମର୍ଥକ ମାନଙ୍କୁ ନେଇ ନିଜ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଙ୍କ ନେତୃତ୍ୱରେ ହଜାର ହଜାର ବାଇକ୍ ଆରୋହୀ ମାନେ ବିଶାଳ ଶୋଭାଯାତ୍ରା ଆୟୋଜିତ ରେ ଯୋଗ ଦେଇଥିଲେ। ଜୟ ଶ୍ରୀରାମ ନାରାରେ କମ୍ପିଥିଲା ରାସ୍ତାଘାଟ। ନୁଆହାଟ ନିକଟସ୍ଥ ଆଳୁଦଣ୍ଡାପାଟଣା ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ନୁଆହାଟ, କାକଟପୁର, ଅସ୍ତରଂଗ ଦେଇ ନଗର ନିକଟରେ ଏହି ଶୋଭାଯାତ୍ରା ସମାପ୍ତ ହୋଇଥିଲା। ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକଙ୍କ ସହ ଜଗସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ମଧ୍ଯ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳରୁ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନେ ଯୋଗ ଦେଇ ଶୋଭାଯାତ୍ରାକୁ ବିପୁଳ ପରିମାଣରେ ସଫଳ କରିଥିଲେ। ବିଗତ ଦିନରେ ବିଧାୟକ ତୁଷାରକାନ୍ତି ବେହେରା ସେଭଳି ଆଖିଦୃଷ୍ଟିଆ କାର୍ଯ୍ୟ କରି ନାହାଁନ୍ତି କି ଜନ ସାଧାରଣ ମାନଙ୍କ ପାଖରେ ପହଞ୍ଚି ନାହାନ୍ତି। ତେଣୁ ଭୋଟର ମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବା ସହିତ ମୋଦି ସରକାରଙ୍କୁ ଆଣିବା ପାଇଁ ପଦ୍ମ ଫୁଲ ଚିହ୍ନରେ ହିଁ ବିଜେପିକୁ ଭୋଟ ଦେଇ ଜିତାଇବେ ବୋଲି ପ୍ରାର୍ଥୀ ଶ୍ରୀଯୁକ୍ତ ମାଲିକ ମତବ୍ୟକ୍ତ କରିଛନ୍ତି। ଏହି ବାଇକ ରାଲି ରେ ଦୁଇ ଦଳୀୟ ପ୍ରାର୍ଥୀ ଙ୍କ ସହିତ ଜିଲ୍ଲା ବିଜେପି ଉପ ସଭାପତି ରତିକାନ୍ତ ବେହେରା, ଲତାହରଣ ମଣ୍ଡଳ ସଭାପତି ସରୋଜ କୁମାର ମିଶ୍ର , ନୂଆଗଡ ମଣ୍ଡଳ ସଭାପତି ଗୋଲେଖ ପ୍ରଧାନ, ନୂଆହାଟ ମଣ୍ଡଳ ସଭାପତି ଦୀନବନ୍ଧୁ ମହାନ୍ତି, ଜିଲ୍ଲା ମହିଳା ନେତ୍ରୀ ବାସନ୍ତୀ ନାୟକ, ରାଜଶ୍ରୀ ମହାପାତ୍ର, ମତ୍ସ୍ୟଜିବୀ ନେତା ପ୍ରସନ୍ନ ବେହେରା, ଟୁକୁନି ସାହୁ, ମଙ୍ଗଳାପ୍ରସାଦ ସାମନ୍ତରାୟ ପ୍ରମୁଖ ଏହି ବାଇକ ରାଲି ରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ