ବିଜେପି ବାଣ୍ଟିବ ମୋଦି କିଟ୍‌

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତ ସରକାର ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ବିଜେପି ଅଭାବୀ ତଥା ଗରିବ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଏକ କିଟ୍‌ ବାଣ୍ଟିବ ବୋଲି ଘୋଷଣା କରିଛି । ମୋଦି କିଟ୍‌ ନାମରେ ଏହି କିଟ୍‌ରେ ରହିଛି ଦୁଇ ଲିଟର ତେଲ, ଦୁଇ କିଲୋ ଚାଉଳ, ଏକ କିଲୋ ଡାଲି, ଏକ କିଲୋ ଚିନି, ଦୁଇଶହ ଗ୍ରାମ ଲଙ୍କା ଗୁଣ୍ଡ, ହଳଦୀ, ସୋରିଷ, ଧନିଆ ପାଉଡର୍‌, ୨୫୦ ଗ୍ରାମ ଚା’ ପତି, ଏକ କିଲୋ ଲୁଣ, ୫୦୦ ଗ୍ରାମ ଚଣା, ୪ଟା ଲୁଗାସଫା ସାବୁନ୍‌, ଗୋଟିଏ ଗାଧୋଇବା ପାଇଁ ସାବୁନ୍‌, ପାଞ୍ଚ କିଲୋ ଅଟା, ଚାରୋଟି ପାର୍ଲଜି ବିସ୍କୁଟ ଆଦି ରହିଛି ।
ସୂଚନାଯୋଗ୍ୟ, ଦେଶରେ କରୋନା ଜନିତ ମୃତ୍ୟୁ ୧୭ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଛି । ଏହି କରୋନା ପଜିଟିଭିଙ୍କ ମଧ୍ୟରେ ସକ୍ରିୟ ରହିଛନ୍ତି ୬୫୬ଜଣ । ସେହିପରି ଏଥିରୁ ସୁସ୍ଥ ହୋଇଛନ୍ତି ୬୪ ଜଣ । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ର ଓ କେରଳରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ