ବିଜେପି ବିଧାୟକ ପାର୍ଥି ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡ ଏବଂ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ଦାନ କରୁଛନ୍ତି
ଯାଜପୁର; କୋରୋନା ମୁକାବିଲା ପାଇଁ ଯାଜପୁର ଜିଲାରେ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡ ଏବଂ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ଦାନ କରୁଛନ୍ତି । ଆଜି ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତ ପି ଏମ କେୟାର ପାଣ୍ଠି କୁ ୫୦ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୧ ଲକ୍ଷ ଟଙ୍କା ଜିଲାପାଳ ରଞ୍ଜନ କୁମାର ଦାସଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏଥି ସହିତ ଦେଶର ଏହିଭଳି ବିପଦ ସମୟରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସମସ୍ତେ ସରକାରଙ୍କ ନିୟମ ପାଳନ କରି ଘରେ ରହି ନିଜେ ଓ ନିଜ ପରିବାର କୁ ସୁସ୍ଥ ରଖିବାକୁ ନିବେଦନ କରିଛନ୍ତି । ସାରା ବିଶ୍ୱରେ କରୋନା ଯେପରି ତାର କାୟା ବିସ୍ତାର କରିଚାଲିଛି ସମସ୍ତେ ନିଜେ ସଚେତନ ହୋଇ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସ୍ୱଚ୍ଛ ରହି କରୋନା ସଂକ୍ରମଣରୁ ରକ୍ଷା ପାଇବେ ବୋଲି ପରାମର୍ଶ ଦେଇଛନ୍ତି ।
ସୁକିନ୍ଦା ର ପୁଅ , ସୁକିନ୍ଦା ବାସି ଙ୍କ ପାଇଁ Mr. Pradeep Balsamant .ଗର୍ବ ଆଉ ଗୌରବ l ତାଙ୍କୁ ଅଶେଷ ଧନ୍ୟବାଦ l???l