ବିଜେପି ବିଧାୟକ ପ୍ରାଥୀଙ୍କ ମୋଟର ସାଇକଲ ରାଲି

ବ୍ରହ୍ମପୁର,(ଅନିଲ କୁମାର):ପବିତ୍ର ଶ୍ରୀରାମ ନବମୀ ଅବସରରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ ମୋଟରସାଇକେଲ୍ ଶୋଭାଯାତ୍ରା ବ୍ରହ୍ମପୁର ସହର ପରିକ୍ରମା କରିଥିଲେ । ଶୋଭାଯାତ୍ରାରେ ଶତାଧିକ ମୋଟରସାଇକେଲରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଜୟ ଶ୍ରୀ ରାମ ଧ୍ୱନି ଦେଇ ସମଗ୍ର ସହର ପରିକ୍ରମା କରିଥିଲା । ଏହି ପବିତ୍ର ଦିବସରେ ବିଜେପି ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର ଔପଚାରିକ ଭାବେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ରାଲିରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ପୂର୍ବାହ୍ନରେ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ଠାରୁ ବାହାରି ଗୌତମ ସିନେମା ହଲ୍ ରୋଡ଼ ସ୍ଥିତ ହନୁମାନ ମନ୍ଦିରରେ ପୁଜାର୍ଚ୍ଚନା କରି ଦର୍ଶନ କରିବା ସହ ଏହି ଶୋଭାଯାତ୍ରା ଏସଏନଟି ରୋଡ଼,ଗିରି ମାର୍କେଟ୍,ହନୁମାନ ବଜାର,ସାନ ବଜାର,ବଡ଼ ବଜାର,ହରିଡ଼ାଖଣ୍ଡି ଛକ,ଫାଷ୍ଟ ଗେଟ୍,ଆସ୍କା ରୋଡ଼,ତାଲୁକା ଛକ,ଗେଟ୍ ବଜାର,ନୂଆ ବସଷ୍ଟାଣ୍ଡ ରୋଡ଼,ଗୋଇଲୁଣ୍ଡି ଛକ,କୋର୍ଟପେଟା ଛକ,ସେଲଟେକ୍ସ ଛକ,ଇଞ୍ଜିନିୟରିଂ ସ୍କୁଲ ଛକ,ଗଜପତି ନଗର ଛକ,ବଡ଼ ମେଡ଼ିକାଲ୍ ରୋଡ଼,କମାପଲ୍ଲୀ ଛକ,ଟାଟା ବେଞ୍ଜ,ଗିରି ରୋଡ଼,ବିଜିପୁର ଛକ,ଗୋସାଇଁନୂଆଗାଁ,ଖଲ୍ଲିକୋଟ କଲେଜ,ପିଭିଏନ୍ ପେଟ୍ରୋଲ ପମ୍ପ ଛକ, ପୁରୁଣା ବସଷ୍ଟାଣ୍ଡ,ଅନ୍ନପୂର୍ଣ୍ଣା ମାର୍କେଟ,ଗିରିଜା ଛକ ଦେଇ ରାମଲିଙ୍ଗମ ଟ୍ୟାଙ୍କ୍ ରୋଡ଼ ସ୍ଥିତ ହନୁମାନ ମନ୍ଦିର ଠାରେ ଶେଷ ହେଇଥିଲା । ଏହି ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାରଙ୍କ ସହିତ ବ୍ରହ୍ମପୁର ବିଧାନସଭା ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ,ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଗୋପିନାଥ ପଣ୍ଡା,ସରୋଜ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,କେ.ଟୁଙ୍ଗୁରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଧର୍ମରାଜ ପାଣିଗ୍ରାହୀ,କର୍ପୋରେଟର ସବିତା ସାହୁ,ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଳା,ବଦ୍ରି ନାରାୟଣ ନାୟକ,ରଞ୍ଜିତ ପଟ୍ଟନାୟକ,ଏନ୍.ଧନଞ୍ଜୟ ରାଓ,ପ୍ରଦୀପ ନାୟକ,ବିରେନ୍ ପଟ୍ଟନାୟକ,ସଞ୍ଜୟ ଜେନା,ପତିତପାବନ ଗନ୍ତାୟତ,କେ.ଶାଇ କୁମାର,ଚିତ୍ତରଞ୍ଜନ ସାହୁ,କୁଞ୍ଜବିହାରୀ ପଣ୍ଡା,କେ.ରବି କୁମାର,ମଦନ ସାହୁ,କମଲ୍ ପାତ୍ର,ଜିଲ୍ଲା ସମ୍ପାଦିକା ଏସ୍.ରାଣୀ,ନିବେଦିତା ପାଢ଼ୀ,ଜିଲ୍ଲା ମହିଳା ଉପସଭାନେତ୍ରୀ ମୋନିତା ଦାସ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,ଲକ୍ଷ୍ମୀ ବେହେରା,ଗୀତା ଦାସ,ସନ୍ତୋଷୀନୀ ସାହୁ,ଲକ୍ଷ୍ମୀ ମହାରଣା,ଅନୁପ ପଣ୍ଡା,ଆନନ୍ଦ ମହାଙ୍କୁଡ଼,ଏନ୍ ଏରେୟା,ପ୍ରଫୁଲ୍ଲ ସାହୁ,ଜି.ରାଜେନ୍ଦ୍ର ପ୍ରସାଦ,ପ୍ରଦୀପ ମିଶ୍ର,ତ୍ରିନାଥ ମହାପାତ୍ର,ବିନାୟକ ରଥ,ଜଗନ୍ନାଥ ଜେନା,ବିଘ୍ନରାଜ ନାୟକ,ଏସ୍.ଶ୍ରୀନିବାସ.ମନୋଜ ପାଢ଼ୀ,ରାମନାଥ ଗନ୍ତାୟତ,ଚିନ୍ମୟ ପଟ୍ଟନାୟକ,ଡ଼ି.ଅନିଲ ରାଓ,ରଜତ ପାତ୍ର,ଦେବୁନ୍ ପଟ୍ଟନାୟକ ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ୍ ହେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ