ବିଜେପି ଯୁବମୋର୍ଚା ପକ୍ଷରୁ ଗୁରୁପୂଜନ ଉତ୍ସବ
ନିମାପଡା (ସନ୍ତୋଷ ଦାଶ ) ଭାରତୀୟ ଜନତା ପାର୍ଟି ଯୁବମୋର୍ଚା ତରଫରୁ ଗୁରୁଦିବସ ଅବସରରେ ଗୁରୁପୂଜନ କାର୍ଯ୍ୟକ୍ରମ ଗୋପ ସ୍ଥିତ ଦାସ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି ।ପୁରୀ ଜିଲ୍ଲା ଯୁବମୋର୍ଚା ର ଉପସଭାପତି ଶ୍ରୀ ଆଲୋକ ବେହେରା ଙ୍କ ଅଧକ୍ଷତା ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମହିଳା ମୋର୍ଚା ସଭାପତି ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା,ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ପ୍ରଭଞ୍ଜନ ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟ ପୁର୍ଣ ଚନ୍ଦ୍ର ଓଝା, ମଣ୍ଡଳ ସଭାପତି ଶ୍ରୀମତୀ ସୌଦାମିନି ସେନାପତି, ରାଜକିଶୋର ନାୟକ,ତାପସ୍ବିନୀ ବେହେରା, ନରେଶ ପ୍ରଧାନ, ଉପସ୍ଥିତ ରହି ୧୦୦ ରୁ ଅଧିକ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା ।ଦେଶ ରେ ଲାଗୁକରାଯାଇଥିବା ନୂଆଶିକ୍ଷାନିତୀ କୁ ଆଲୋଚନା କରାଯାଇ କେନ୍ଦ୍ର ସରକାର ଙ୍କୁ ପ୍ରସ୍ତାବ ଦେବାକୁ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ଅନୁରୋଧ କରାଯାଇଛି ।ଗୋପ ମଣ୍ଡଳ ର ଯୁବ ମୋର୍ଚା ସଭାପତି ଶିବ ପ୍ରସାଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


