ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଥିବା ରାଜ୍ୟ ବିଜେପି ଅଭିଯୋଗ କରିଛି । ଏଥିରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ବିଜେପି ପକ୍ଷରୁ ବିଭିନ୍ନ ଥାନା ସାମ୍ନାରେ ହରତାଳ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଥାନା ପ୍ରାଙ୍ଗଣରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦଳୀୟ କାର୍ଯ୍ୟାଳୟରୁ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ପରେ ଯୁବ କର୍ମୀମାନେ ଥାନା ପ୍ରାଙ୍ଗଣରେ ଉପସ୍ଥିତ ହୋଇଥିଲେ । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବିକ୍ଷୋଭ ସଭାରେ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀନାରାୟଣ ଧଳ ଯୋଗଦେଇଥିଲେ । ଶାସକ ବିଜେପି ଦଳର ହିଂସାତ୍ମକ ରକ୍ତପାତ ନୀତିକୁ ଶ୍ରୀ ଧଳ ତୀବ୍ର ସମାଲୋଚନା କରିଥିବାବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଥିଲେ । ଏହାପରେ ସମବେତ କର୍ମକର୍ତ୍ତା ମାନେ ମନ୍ତ୍ରୀ ଶ୍ରୀ ଜେନାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ପ୍ରଫୁଲ୍ଲ ସାହୁ, ମୁକୁନ୍ଦ ମଳିକ, କରୁଣାକର ସାହୁ, ସନ୍ତୋଷ ସାହୁ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା କର୍ମକର୍ତ୍ତା ରବିନାରାୟଣ ସାହୁ, ପ୍ରବୀଣ ରାଉତ, ଶିବାନନ୍ଦ ସାହୁ, ବାପି ସାମଲ, ଶିବାନୀ ଶଙ୍କର ସ୍ୱାଇଁ, ପ୍ରତାପ ଦ୍ୱିବେଦୀ, ଅନ୍ତର୍ଯ୍ୟାମୀ ସାହୁ, ପର୍ଶୁରାମ ପରିଡା, ନିରୋଦ ଦ୍ୱିବେଦୀ, ସୁବାଶିଷ ରାଉତ, ନିରାକାର ସାହୁ, ମୃତ୍ୟୁଞ୍ଜୟ ଗୋଚ୍ଛାୟତ, ପ୍ରଭାତ ରାଉତ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।