ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ବୁଗୁଡ଼ା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଓ ନଗର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଗଷ୍ଟ ୧୧ ତାରିଖ ଦିନ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଓଡିଶା ସରକାରଙ୍କ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଗୋକୁଳାନନ୍ଦ ମଳିକ ଯୋଗଦେଇ ସାଥିଙ୍କ ଗହଣରେ ବୁଗୁଡ଼ା ସହର ପରିକ୍ରମା କରିବା ସହ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ବୀରଙ୍କ ସ୍ମୃତି ଚାରଣ କରିଥିଲେ। ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଭାରତ ମାତାଙ୍କ ସମ୍ମାନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନ ଆମର ଜାତୀୟ ପତାକା ତ୍ରିରଙ୍ଗା ଉଡାଇବା ପାଇଁ ଆହ୍ୱାନ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ବୁଗୁଡ଼ା ସହରର ସନ୍ତୋଷୀ ମାଁ ଙ୍କ ମନ୍ଦିର ଠାରୁ ଆରମ୍ଭ ହୋଇ ବଡ଼ଦାଣ୍ଡ, ନୂଆଁ ବସଷ୍ଟାଣ୍ଡ, ମୁଖ୍ୟ ସଡ଼କ ହୋଇ ମଦନମୋହନ ଛକଠାରୁ ପୋଲସରା ରାସ୍ତା ଦେଇ ବିରଞ୍ଚିନାରାୟଣ ମନ୍ଦିର ଠାରେ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଳକ ଉପାଧ୍ୟକ୍ଷ ମାନଷ ରଞ୍ଜନ ପ୍ରଧାନ, ବ୍ଲକ ସଂଯୋଜକ ହରିହର ସାହୁ, ଗଙ୍ଗାଧର ନାୟକ, ନଗର ସଭାପତି କେଦାରନାଥ ମହାରଣା, ଏସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଡାକୁଆ, ଭଗବାନ ଜେନା, ଦିଲ୍ଲୀପ କୁମାର ପ୍ରଧାନ, ଆଇନଜୀବୀ ହର ପ୍ରସାଦ ଦାସ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରାଜେଶ ବିଶ୍ବାଳ, ବସନ୍ତ ସାମଲ, ବଖାରୀ ଜେନା, ରଞ୍ଜିତ ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର ଭୂୟାଁ, ସୁନୀଲ କୁମାର ପାଢ଼ୀ, ଗୌରହରି ପ୍ରଧାନଙ୍କ ସମେତ ବହୁ ତୁଙ୍ଗ ନେତା ଓ ଦଳୀୟ କର୍ମକର୍ତ୍ତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ