ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ
ନିମାପଡ଼ା,(ସନ୍ତୋଷ ଦାଶ):ସଂସଦ ରେ ଶାସକ ଓ ବିରୋଧୀ ଦଳ ମଧ୍ୟ ରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରାଗି ଯାଇ ବାଲେଶ୍ୱର ର ବିଜେପି ସାଂସଦ ତଥା ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ଙ୍କୁ ପେଲି ଦେବାରୁ ସେ ଆହାତ ହୋଇଛନ୍ତି। ରାହୁଲ ଙ୍କ ଏହି କାର୍ଯ୍ୟ କୁ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୋର୍ଚ୍ଚା ତରଫରୁ ତୀବ୍ର ବିରୋଧ କରାଯାଇଛି।କାକଟପୁର ମୁଖ୍ୟ ବଜାର ରେ ରାହୁଲ ବିରୋଧୀ ଓ କଂଗ୍ରେସ ବିରୋଧୀ ନାରା ଦେଇ ଶତାଧିକ ବିଜେପି କର୍ମୀ ଓ ଯୁବମୋର୍ଚ୍ଚା କର୍ମୀ ଏକତ୍ରିତ ହୋଇ ରାହୁଲ ଗାନ୍ଧୀ ଙ୍କର ଏହିଭଳି କାର୍ଯ୍ୟପନ୍ଥା ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଏକ ବିରାଟ ପଦଯାତ୍ରା ରେ କାକଟପୁର ହାଇସ୍କୁଲ ପର୍ଯ୍ୟନ୍ତ ଯାଇ ସେଠାରେ ଏକତ୍ରିତ ହୋଇ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଙ୍କର କୁଶପୁତ୍ତଳିକା ଦାହ କରିଥିଲେ।କଂଗ୍ରେସ ଦଳ ଓ ରାହୁଲ ଙ୍କୁ ସର୍ବ ସମ୍ମୁଖରେ ତାଙ୍କର ଗଣତନ୍ତ୍ର ବିରୋଧ କାର୍ଯ୍ୟକ୍ରମ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ଦାବୀ କରିଥିଲେ। ନଚେତ ଆଗାମୀ ଦିନ ରେ କେବଳ ଜିଲ୍ଲା ନୁହେଁ ବରଂ ରାଜ୍ୟ ଓ ସାରା ଦେଶରେ ଏହି ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଯୁବମୋର୍ଚ୍ଚା କର୍ମୀ ମାନେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ ଇଞ୍ଜିନିଅର ପ୍ରିୟବ୍ରତ ବିଶ୍ୱାଳ, ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ରଜନୀ ରଞ୍ଜନ ମଲ୍ଲିକ, କାକଟପୁର ବରିଷ୍ଠ ବିଜେପି କର୍ମୀ ଲଳିତ ରଥ, ସୁବ୍ରତ ସ୍ୱାଇଁ ଙ୍କ ସମେତ ଜିଲ୍ଲା ଓ କାକଟପୁର ରୁ ଶତାଧିକ ବିଜେପି କର୍ମୀ ଏକତ୍ରିତ ହୋଇଥିଲେ ।