ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରେ ଯୋଜନାବଧ ଆକ୍ରମଣ ପ୍ରତିବାଦରେ ପାରଳା ଥାନାରେ ଏତଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ବିଜେପି ସଭାପତି ଏବଂ ଗଜପତି ଜିଲ୍ଲା ବିଜେପି ସଭାପତି ଓ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲା ଯୁବ ମୋର୍ଚ୍ଚା ତରଫରୁ ଭୁବନେଶ୍ୱର ଥରେ ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ଉପରେ ଯେଉଁ ଯୋଜନାବଦ୍ଧ ଆକ୍ରମଣ ହୋଇଥିଲା ତାହାର ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ଥାନାରେ ଯୁବ ମୋର୍ଚ୍ଚା ତରଫରୁ ଏତଲା ଦିଆ ଯାଇଛି. ଆଜି ପାରଳାଖେମୁଣ୍ଡି ହାଇସ୍କୁଲ ଛକ ଠାରୁ ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ଏକ ରାଲି ବାହାରି ସହର ପରିକ୍ରମା କରି ପାରଳାଖେମୁଣ୍ଡି ଥାନାରେ ପହଞ୍ଚି ଏତଲା ଦିଆ ଯାଇଥିଲା. ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଶୀଧେଶ୍ୱର ମିଶ୍ର, ଜଗନ୍ନାଥ ମହାପାତ୍ର, ଅରୁଣିମା ସାହୁ ପ୍ରମୁଖଙ୍କ ସହିତ ବହୁ କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ