ବିଜେପି ରାଜ୍ୟସଭାପତିଙ୍କୁ ପାଲିଆଛତ୍ରପୁର ଛକ ଠାରେ ସମ୍ବର୍ଦ୍ଧନା
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ନିକଟ ପାଲିଆଛତ୍ରପୁର ଛକ ସ୍ଥିତ ଜାତୀୟ ରାଜପଥ ଠାରେ ବିଜେପି ରାଜ୍ୟସଭାପତି ଓ ବିରୋଧୀଦଳନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଜେପି ରାଜ୍ୟ ସଭାପତି ସମୀର କୁମାର ମହାନ୍ତି , ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓ ବିଜେପି ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ସମେତ ରାଜ୍ୟର କିଛି ନେତୃମଣ୍ଡଳୀ ବ୍ରହ୍ମପୁର ଅଭିମୁଖେ ଗ୍ରସ୍ତ କରୁଥିବା ବେଳେ ସେମାନଙ୍କୁ ପାଲିଆଛତ୍ରପୁର ଛକ ଠାରେ ଆଜି ବିଜେପି ନେତା ତଥା ଯୁବ ଆଇନଜିବୀ ବ୍ରଜ ମୋହନ ଆଚାର୍ଯ୍ୟ, ଆଇନଜିବୀ ପି.ଧର୍ମା ରେଡ୍ଡୀ , ଛତ୍ରପୁର ମଣ୍ଡଳର ସାଧାରଣ ସମ୍ପାଦକ ଅମରେଶ କୁମାର ମହାରଣା, ପୂର୍ବତନ କଣମଣା ମଣ୍ଡଳ ସଭାପତି ବାଦଲ କୁମାର ବେହେରା, ଫିରୋଜ ବେହେରା, ଏସ.ନାରାୟଣ ରେଡ୍ଡୀ, ଡି.ସୁରୀନାରାୟଣ ରେଡ୍ଡୀ ଓ ମନୋରଂଜନ ବେହେରାଙ୍କ ସମେତ ଛତ୍ରପୁରର ବହୁ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।