ବିଜେପି ରାଜ୍ୟ ଉପ-ସଭାପତି ଭୃଗୁ ବକ୍ସିପାତ୍ରଙ୍କ ରାୟଗଡ ବ୍ଲକ ଗ୍ରସ୍ତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଗଜପତିି ଜିଲ୍ଲା ରାୟଗଡ ବ୍ଲକ ମହକୁମାରେ ବିଜେପି ରାଜ୍ୟ ଉପ-ସଭାପତି ଭୃଗୁ ବକ୍ସିପାତ୍ର ଗତକାଲି ଏକ ଦିନିଆ ଗ୍ରସ୍ତରେ ଆସି ପହଞ୍ଚିଥିଲେ । ବ୍ଲକର ବିଭିନ୍ନ ନେତା ଓ କର୍ମୀ ମାନଙ୍କ ସହ ସାକ୍ଷାତ କରି ସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ଦଳର ସଙ୍ଗଠନକୁ ସୁଦୃଢ ପାଇଁ ଶ୍ରୀ ବକ୍ସିପାତ୍ର ଆଲୋଚନା କରିଥିଲେ । ଏଥିରେ ପାରଳାଖେମୁଣ୍ଡି ବାଧାୟକ ତଥା ଗଜପତି ଜିଲ୍ଲା ବିଜେପି ସବାପତି କେ.ନାର।।ୟଣ ରାଓ,ଜିଲ୍ଲା ପ୍ରଭାରୀ ସରୋଜ ସାବତ,ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସରୋଜ ସାହୁଙ୍କ ସହ ସ୍ଥାନୀୟ ଅଞ୍ଚଳର ବିଜେପି ନେତୋ ନବକୀଶୋର ଶବର,ଗଙ୍ଗାଧର ଶବର,ଦୁର୍ଗାପ୍ରସାଦ ସୁବୁଦ୍ଧି,ଅଜିତ କୁମାର ସାହୁ,ଏସ.ନାଗେଶ୍ୱର ଆଚାରୀ,ପ୍ରଦୀପ ଦଳାଇ,ସୌମ୍ୟ ରଞ୍ଜନ ପଟ୍ଟନାୟକ,କାଶୀ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ