ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତଙ୍କ ପକ୍ଷରୁ ଆଜି ବନ୍ତସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର କାର୍ଯ୍ୟକର୍ତ୍ତା ସୁବାଷ ସ୍ୱାଇଁ, ଅଶୋକ କୁମାର ବେହେରା, ଭବାନୀ ବିଶ୍ୱାଳ, ସୁରେନ୍ଦ୍ର ନାୟକ, ପ୍ରଫୁଲ୍ଳ ଚନ୍ଦ୍ର ବାରିକଙ୍କ ସମେତ ବ୍ଲକର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ବନ୍ତ-ବାରିକପୁର ରାସ୍ତାର କେନ୍ଦୁଆପଦା ଠାରେ ଫ୍ଲାଇ ଓଭରବ୍ରିଜ୍ ତୁରନ୍ତ ନିର୍ମାଣ କରାଯିବା, ବନ୍ତରେ ଷ୍ଟେଟବ୍ୟାଙ୍କ ଶାଖା ଖୋଲିବା ସଂପର୍କରେ ଆଲୋଚନା ହୋଇଥିଲା । ପରେ ସମସ୍ତ ସାମ୍ବାଦିକ ମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ପ୍ରଦାନ କରାଯାଇଥିଲା ।