ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କ ଦ୍ୱାରା ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାର ୬ଟି ଜିଲ୍ଲାରେ ନୂଆ କାର୍ଯ୍ୟାଳୟ ହେଲା ଲୋକାର୍ପଣ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କ ଦ୍ୱାରା ଭିଡ଼ିଓ କନ ମସିହାରେଫରେନ୍ସିଂ ମାଧ୍ୟମରେ ଓଡ଼ିଶାର ୬ଟି ଜିଲ୍ଲାରେ ନୂଆ କାର୍ଯ୍ୟାଳୟ ଭବନର ଲୋକାର୍ପଣ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ତଥା କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ଓଡ଼ିଶାର ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାର ବାରିପଦା, କେନ୍ଦୁଝର, ବରଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ନୂଆ କାର୍ଯ୍ୟାଳୟ ଭବନର ଲୋକାର୍ପଣ ହୋଇଥିଲା । ଏହି ଅତ୍ୟାଧୁନିକ କାର୍ଯ୍ୟାଳୟ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନଙ୍କୁ କାମ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ପେଟ୍ରୋଲୀୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କ ମାଗଦର୍ଶନ ଓ ଆହ୍ୱାନ କ୍ରମେ ଦଳର କାର୍ଯ୍ୟକର୍ତ୍ତାମାନେ ରାଜ୍ୟରେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ୍ କରିବା ତଥା ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀଯୁକ୍ତ ପ୍ରଧାନ ମତବ୍ୟକ୍ତ କରିଥିଲେ । ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ରାଜ୍ୟର ଲକ୍ଷାଧିକ ଗରିବ ଲୋକମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍ତମ ଚିକିତ୍ସାର ସୁବିଧା ପାଇବା ସହ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ । ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ଗଞ୍ଜାମ, ବାଲେଶ୍ୱର, ବଲାଙ୍ଗିର ଏବଂ ଭଦ୍ରକ ଜିଲ୍ଲାରେ ଆଞ୍ଚଳିକ ସ୍ତରରେ ଯୋଜନା ହେଉଛି । ଶ୍ରୀ ନଡ୍ଡା ଙ୍କ ଆହ୍ୱାନ କ୍ରମେ ଏହି ସବୁ ଜିଲ୍ଲାରେ ପ୍ରବାସୀଙ୍କୁ ରୋଜଗାର ଦେବା ପାଇଁ କାର୍ଯ୍ୟକର୍ତ୍ତାମାନେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବାକୁ ନିବେଦନ କରିଥିଲେ । କେନ୍ଦୁଝର ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଜିଲ୍ଲା କାଯ୍ୟାଳୟ ଲୋକାର୍ପଣ କାଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ର ପୂର୍ବତନ ସାଂସଦ ଅନନ୍ତ ନାୟକ, ବର୍ତ୍ତମାନ ସଦର ବିଧାୟକ ମୋହନଚରଣ ମାଝି ବରିଷ୍ଠ କାର୍ଯ୍ୟକର୍ତା ସୁକେସୀ ଓରାମ, ମୁରଲୀ ଶର୍ମା, ରାମଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ରାଜ୍ୟର ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ସୁବ୍ରତ ମହାନ୍ତି, କେନ୍ଦୁଝର ନଗର ସଭାପତି ବିଶ୍ୱଜିତ ତ୍ରିପାଠୀ ଓ ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।


