ବିଜେପି ରେ ମିଶିବେ ବରିଷ୍ଠ ନେତା ଦାମ!

ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ଯୋଗ ଦେବା ନେଇ ଗତକାଲି ସନ୍ଧ୍ୟାରେ ହଠାତ୍ ଜୋର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ ସେ ଦିଲ୍ଲୀରୁ ଫେରିବା ପରେ  ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି,“ବିଜେପିରେ ଯୋଗ ଦେବା ପାଇଁ ପ୍ରସ୍ତାବ ଆସିଛି। କିନ୍ତୁ ମୁଁ ହଁ କରିନି କି ନାହିଁ କରିନି।”କଂଗ୍ରେସ ମଧ୍ୟ ତାଙ୍କ ସହଯୋଗ ଲୋଡୁଥିବା କଥା କହିଛନ୍ତି ଦାମ। ସହଯୋଗୀମାନଙ୍କ ସହ ବିଚାରବିମର୍ଶ କରି ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।ତେବେ ଦାମ କହିଛନ୍ତି,“ମୋର କିଛି ଅଭୀପ୍ସା ନାହିଁ। ନବୀନଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରର ସରକାରଙ୍କୁ ଯିଏ ହଟାଇ ପାରିବ, ତାଙ୍କ ପ୍ରତି ମୋର ନୈତିକ ସମର୍ଥନ ରହିବ।”ଦିଲ୍ଲୀରେ ଦାମୋଦର ରାଉତ ବିଜେପିର କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିଥିବା ସୂଚନା ମିଳିଛି। ସେହି ସମୟରେ ରାଜ୍ୟ ବିଜେପିର କିଛି ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ।
ଡାକ୍ତର ରାଉତଙ୍କୁ ବିଜେପି ଆଗାମୀ ନିର୍ବାଚନରେ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ