ବିଜେପି ରେ ମିଶିଲେ ବଳଭଦ୍ର ମାଝି

 

ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେପିରେ ଯୋଗ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ବିଧିବଦ୍ଧ ଭାବେ ସେ ବିଜେପିରେ ଯୋଗ ଦେଇଛନ୍ତି।
ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର‌୍ୟ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ କାର‌୍ୟ୍ୟକ୍ରମରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସହିତ ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।ନବୀନ ପଟ୍ଟନାୟକଙ୍କୁ ଦେଇଥିବା ଇସ୍ତଫାପତ୍ରରେ ବଳଭଦ୍ର ମାଝି ଲେଖିଥିଲେ,“ମୁଁ ୭ ବର୍ଷର ସରକାରୀ ଚାକିରି ଛାଡ଼ି ବିଜେଡିକୁ ଆସିଥିଲି। ଏ ମଧ୍ୟରେ ଆମ ଭିତରେ ଦୂରତା ବଢ଼ୁଥିବା ଅନୁଭବ କରୁଛି। କିଛି ଲୋକ ଆପଣଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗତଥର ଅପେକ୍ଷା ଏଥର ମୁଁ ପ୍ରତାରିତ ହେଲା ଭଳି ଅନୁଭବ କରୁଛି।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ