ବିଜେପି ର କାର୍ଯ୍ୟକାରିଣୀ ବୈଠକ

ନିମାପଡା, (ସନ୍ତୋଷ ଦାଶ):ଭାରତୀୟ ଜନତା ପାର୍ଟି ର ଧନୁଆଁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଶ୍ରୀ ଜଚିନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ହରିଶପୁର ସ୍ଥିତ ଶ୍ରୀୟା କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ରାଷ୍ଟ୍ରୀୟ ପ୍ରବକ୍ତା ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣ କାରୀ ଯୋଜନା ଗୁଡ଼ିକ ର ବ୍ୟାପକ ଜନସଚେତନତା କରିବା ପାଇଁ ଶ୍ରୀମତୀ ଷଡଙ୍ଗୀ ଦଳୀୟ କାର୍ଯ୍ୟକର୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ।ଦଳକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବା ଆମ ସମସ୍ତଙ୍କ ଦାୟିତ୍ୱ ,ଏହାକୁ ନିର୍ବାହ କରିବା ଆମ କର୍ତ୍ତବ୍ୟ ଓ କର୍ତ୍ତବ୍ୟ ପାଳନ ରେ କଠୋରତା ଅବଲମ୍ବନ କରିବା ଆମ ସଂଗଠନ ର ଅଭ୍ୟାସ ହେବା ଆବଶ୍ୟକ ବୋଲି ସେ ମତ ରଖିଥିଲେ ।ଏହି ବୈଠକରେ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡ଼ା, ଯୁବନେତା ଦିଲ୍ଲୀପ ନାୟକ,ବିଧାନସଭା ପ୍ରଭାରୀ ରତିକାନ୍ତ ବେହେରା,ବିଧାନସଭା ସଂଯୋଜକ ପ୍ରଦୀପ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସ୍ଵାଇଁ, ମଣ୍ଡଳ ପ୍ରଭାରୀ ଅର୍ଜ୍ଜୁନ ବରାଳ, ବରିଷ୍ଠ ନେତୃତ୍ୱ ବିଜୟ କୁମାର ପଣ୍ଡା,ୟୁସୁଫ ମିରଜ଼ା ପ୍ରମୁଖ ଯୋଗ ଦେଇଥିଲେ ।ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ।ମଣ୍ଡଳ ଉପସଭାପତି ଶ୍ରୀ ଦିଲ୍ଲୀପ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।ଦଳର ୧୬ ଜଣ ପଦାଧିକାରୀ,୪୫ କାର୍ଯ୍ୟକାରିଣୀ ସଭ୍ୟ, ସମସ୍ତ ମୋର୍ଚା ସଭାପତି ଓ ନିର୍ବାଚିତ ପ୍ରତିନିଧି ମାନେ ଏହି ବୈଠକ ରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ