ବିଜେପି ର କାର୍ଯ୍ୟକାରିଣୀ ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ଭାରତୀୟ ଜନତା ପାର୍ଟି ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧନୁଆଁ ମଣ୍ଡଳ ର କାର୍ଯ୍ୟକାରିଣୀ ବୈଠକ ଗରପଦା ସ୍ଥିତ ନିଳକଣ୍ଠେଶ୍ୱର ମହାଦେବ ଙ୍କ ପ୍ରାଙ୍ଗଣରେ ସଭାପତି ଜଚିନ୍ଦ୍ର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଦଳର ୬୧ ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ରାଜଲକ୍ଷ୍ମୀ ଦାଶ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ଶୋକ ପ୍ରସ୍ତାବ ରୁ ଆରମ୍ଭ ଏହି ବୈଠକରେ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଭୋଇ ରାଜନୀତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ଙ୍କୁ ଘର ଓ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ରେ ହିତାଧିକାରୀ ଙ୍କୁ ମାଗଣା ଚାଉଳ ଯୋଗାଇ ଦିଆଯାଉଥିବାରୁ ସମସ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଧନୁଆଁ ନଦୀର ସ୍ଥାୟୀ ପ୍ରତିକାର ପ୍ରତିଶ୍ରୁତି ଦେଇ କାର୍ଯ୍ୟ କରିନଥିବାରୁ ନିମାପଡା ବିଧାୟକ ଙ୍କ ବିରୋଧ ରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା ।ଧନୁଆଁ ନଦୀରେ ନିର୍ମାଣଧିନ ସେତୁ ଗୁଡିକର କାର୍ଯ୍ୟ ଆସନ୍ତା ବର୍ଷା ଋତୁ ପୂର୍ବରୁ ଶେଷ କରିବାପାଇଁ କାର୍ଯ୍ୟକାରିଣୀ ପ୍ରଶାସନ ପାଖରେ ଦାବି ଜଣାଇଛନ୍ତି ।ପାନୀୟ ଜଳର ଅଭାବ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି ,ଏହାକୁ ନେଇ କାର୍ଯ୍ୟକାରିଣୀ ଚିନ୍ତା ପ୍ରକଟ କରିଛନ୍ତି ।ଏହି ବୈଠକରେ ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ ବୁଥ କମିଟି ଗଢିବା ଉପରେ ଗୁରୁତ୍ୱ ଦେଇଥିଲେ ।ବରିଷ୍ଠ ନେତା ବିଜୟ କୁମାର ପଣ୍ଡା, ମଣ୍ଡଳ ପ୍ରଭାରୀ ଅର୍ଜୁନ ବରାଳ, ସ୍ନେହାଶିସ ବରାଳ,ପରେଶ ଜେନା, ଧଳେଶ୍ୱର ସରପଞ୍ଚ ସଚ୍ଚିଦାନନ୍ଦ ରାଉତରାୟ, ଅନ୍ତୁଆର ସରପଞ୍ଚ ମାନସୀ ସେଠୀ, ସମିତି ସଭ୍ୟା ସବିତା ମଲ୍ଲିକ, ବେବିନା ଜେନା, ବିଜୟ ପ୍ରଧାନ, ଅର୍ତ୍ତାବନ୍ଧୁ ମହାନ୍ତି ପ୍ରମୁଖ ବୈଠକ ରେ ଯୋଗ ଦେଇ ଥିଲେ ।କୋଷାଧ୍ୟକ୍ଷ ରବି ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ