ବିଜେପି ର ନିର୍ବାଚନ ଦିବସ ରେ ସଫେଇ କାର୍ଯ୍ୟକ୍ରମ

ନିମାପଡ଼ା,(ସନ୍ତୋଷ କୁମାର ଦାଶ) ବିଜେପି ଦଳ ପକ୍ଷରୁ ନିର୍ବାଚନ ଦିବସ ପାଳନ ଅବସରରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ୨୮୩ ଟି ମତଦାନ କେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ବୁଥ ଗୁଡ଼ିକରେ କର୍ମୀ ବୈଠକ ଅନୁଷ୍ଠିତ ହେବା ସହ ମତଦାନ କେନ୍ଦ୍ରଗୁଡ଼ିକ ସଫାସୁତରା ପରିଛନ୍ନ କରାଯାଇଛି । ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ସରକାରର ଏକ ବର୍ଷ ପୂର୍ତି ପାଳନ ଅବସରରେ ନିମାପଡ଼ାର ଅନେକ ସମାସ୍ୟାର ସମାଧାନ କରାଯାଇଛି ଏବଂ କେତେକ ନୂତନ ସମାସ୍ୟା ମୁଣ୍ଡ ଟେକିଛି । ସେଗୁଡ଼ିକ ସମାଧାନ କରିବାପାଇଁ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିକଶିତ ନିମାପଡ଼ାକୁ ସାର୍ଥକ କରିବା ଉଦ୍ଦେଶ୍ୟରେ ହୋଇଥିବା ପ୍ରତ୍ୟେକ କର୍ମୀ ଓ ସଦସ୍ୟମାନେ ବୁଥରଗୁଡ଼ିକର ସର୍ବାଙ୍ଗିନ ଉନ୍ନତି ପାଇଁ ଆଲୋଚନା କରାଯାଇ ନୂତନ ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ୯ହଜାର କର୍ମୀ ଓ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ବୋଲି ପାଟି ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ