ବିଜେପି ର ପଞ୍ଚାୟତ ସ୍ଥରୀୟ ବୈଠକ ଓ ମିଶ୍ରଣ ପର୍ବ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ କୁଳିପୋଷି ପଞ୍ଚାୟତ ର କୁଳିପୋଷି ଗ୍ରାମ ଠାରେ ଭାରତୀୟ ଜନତା ପାର୍ଟିର ପଞ୍ଚାୟତ ସ୍ଥରୀୟ ଶକ୍ତିକେନ୍ଦ୍ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସଭାପତିତ୍ୱ କରିଥିଲେ ଭାରତୀୟ ଜନତାପାର୍ଟିର ପଞ୍ଚାୟତ ପ୍ରମୁଖ ଲଳିତ ମହାନ୍ତଙ୍କ ସହିତ ଉପସ୍ଥିତ ଅନ୍ୟ କାର୍ଯ୍ୟକର୍ତା ମାନେ ହେଲେ ଜିଲ୍ଲା ଆଇନ ସେଲ ସଭାପତି ତଥା ଓବିସି ମୋର୍ଚ୍ଚା ର ଜିଲ୍ଲା ପ୍ରଭାରୀ ଆଡ଼ଭୋକେଟ ମଦନ ମୋହନ ମହାନ୍ତ, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ଦେବେନ୍ଦ୍ର ମହାନ୍ତ, କୁଳିପୋଷି ଗ୍ରାମ ପଞ୍ଚାୟତ ପ୍ରଭାରୀ ଲୋହିତ କୁମାର ମହାନ୍ତ, ବିଶିଷ୍ଟ କାର୍ଯ୍ୟକର୍ତା ସୁଶିଲ ମହାନ୍ତ, ଯୁବ ମୋର୍ଚ୍ଚା ସଦସ୍ୟ ମଦନ ମହାନ୍ତ, କୌତୁକ ମହାନ୍ତ, ଗ୍ରାମୀଣ ମହିଳା ମୋର୍ଚ୍ଚା ସଭାପତି ହିମାଦ୍ରୀ ମହାନ୍ତ, କର୍ମୀ ସାବିତ୍ରୀ ମହାନ୍ତ ପ୍ରମୁଖ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନହିତକର ଯୋଜନାକୁ ଘରେ ଘରେ ପହଞ୍ଚାଇବା ବିଷୟରେ ଆଲୋଚନା ହେବା ସଙ୍ଗେ ସଙ୍ଗେ ଆଗାମୀ ପନ୍ଦର ଦିନ ମଧ୍ୟରେ ଗ୍ରାମର ଚଉଦଟି ୱାର୍ଡରେ ବୈଠକ ପ୍ରସ୍ତୁତ ପାଇଁ ତାରିଖ ନିର୍ଧାରିତ କରାଯାଇଥିଲା । ଏହା ବ୍ୟତୀତ କଂଗ୍ରେସ ଓ ବିଜେଡି ଦଳରୁ ଆସିଥିବା କର୍ମୀମାନଙ୍କୁ ଏହି ମିଶ୍ରଣ ପର୍ବରେ ସ୍ୱାଗତ କରାଯାଇ ଥିଲା । ସେମାନେ ହେଲେ କାଦଡିହା ଗ୍ରାମର ସୁନାମଣି ହୋ , ଛେଳିଆ ପଶି ଗ୍ରାମର ଅମିତା ମାର୍ଣ୍ଡି, ହାତିଶାଳ ବେଡା ଗ୍ରାମର ଲୋଧିଆ ହେମ୍ବ୍ରମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ