ବିଜେପି ର ସଂଘର୍ଷମୟ କାହାଣୀ

ଯୁଗାଦ୍ଧ ନ୍ୟୁଜ ( କାଜଲ )

ଭାରତୀୟ ଜନତା ପାର୍ଟି କେବଳ ରାଜନୈତିକ ଦଳ ନୁହେଁ ଏକ ଆନ୍ଦୋଳନ । ବିଚାର ଧାରା ଯାହାର ପ୍ରାଣ ଯାହାର ସିଦ୍ଧାନ୍ତ ରେ ନିଷ୍ଠା ଅଛି । ଯିଏ ଭାରତର ସଂସ୍କୃତି ମାହାଭାରତରୁ ପ୍ରେରଣା ନେଇଥାଏ । ବିଜେପି ଏକ ଆନ୍ଦୋଳନ । ବିଜେପି ର ଗାଥା ସଂଘର୍ଷଭରା ଏହାର ପ୍ରାମାଣ ଅନେକ ଦେଶ ଭକ୍ତଙ୍କର ଲକ୍ଷଲକ୍ଷ କାର୍ଯ୍ୟକର୍ତ୍ତାା ଙ୍କ ର କୋଠର ପରିଶ୍ରମ ,ବିଶ୍ୱାସ , ଓ ଇତିହାସ ର ଧାରା କୁ ବଦଳେଇ ଦେଇଥିଲା । ଦେଶ ର ରାଜନୀତି କୁ ନୂଆ ଦିଶା ଦେଲା । ରଷ୍ଟ୍ରପ୍ରେମ ,ଦେଶଭକ୍ତି ସ୍ୱତନ୍ତ୍ରତା ପରେ ଯେତେବେଳେ ନେହୁରୁ ଲିଆକତପ୍ୟାଡ ରେ ହସ୍ତଖତ କଲେ ।
ସେତେବେଳେ ପ୍ରଧାନମନ୍ତ୍ରୀ ଥାନ୍ତି ପଣ୍ଡିତ ଜବାହାରଲାଲ ନେହୁରୁ । ପାକିସ୍ତାନରେ ରହିଯାଇଥିବା ହିନ୍ଦୁଙ୍କୁ ଫେରାଇ ଆଣିବାପାଇଁ କୋଣସି ପ୍ରାୟାସ କରିନଥିଲେ ନେହୁରୁ । ସେ ସମୟରେ ଗଭୀର ଭାବେ ବାଧିଥିଲା ଶ୍ୟାମ ପ୍ରକାଶ ମୁର୍ଖାଜୀ ଙ୍କୁ । ସେ ନେହୁରୁମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଦେଲେ । ନେହୁରୁ ଏମିତି ଏକ ପରିସ୍ଥିତି ସୃଷ୍ଟି କରିଥିଲେ ଯେ ଭାରତୀୟ ସଂସ୍କୃତି ଠିକ ରହିପାରିଲା ନାହିଁ । କଂଗ୍ରେସ ର ଗାନ୍ଧିବାଦ ଚାରିଆଡେ ପ୍ରସାରିତ କରି ନେହୁରି ରାସ୍ତା ରେ ଚାଲିଲେ । ଡଃ.ମୁଖାର୍ଜୀ ଓ ବହୁ ରଷ୍ଟ୍ରବାଦି ନେତା ଅସୁକ୍ଷିତ ବୋଲି ଜାଣିଗଲେ । ଏହି ସମୟରେ ଏକ ରାଜନୈତିକ ଦଳ ର ଆବଶ୍ୟକ ଅଛି ବୋଲି ସେମାନେ ଅନୁଭବ କଲେ ।
-ଜନସଂଘ ଆରମ୍ଭ
ଏହା ସହିତ ୨୧ ଅକ୍ଟୋବର ୧୯୫୧ ସ୍ଥାପିତ ହେଲା ଭାରତୀୟ ଜନ ସଂଘ । ଜନସଂଘ ମାର୍ଚ୍ଚ ୧୯୫୩ ରେ କାଶ୍ମୀର ପୂର୍ଣ୍ଣ ବିଲୟ ପାଇଁ ଦିଲ୍ଲୀ ରେ ସତ୍ୟାଗ୍ରହ ଆରମ୍ଭ କଲେ ମୁଖାର୍ଜୀ । ସ୍ଥିର କଲେ ବିନା ଅନୁମତି ରେ କାଶ୍ମୀରରେ ପ୍ରବେଶ କରିବେ ସେ ସିହଂ ଭଳି ଗର୍ଜନ କରି କହିଲେ ଏକ ଦେଶ ,ଦୁଇ ବିଧାନ ,ଦୁଇ ନିସାନ ଦୁଇ ପ୍ରଧାନ ଚଳିବ ନାହିଁ । ନିଜର ଦୃଢ ସଂକଳ୍ପ ଜନତାଙ୍କ ଠାରୁ ମିଳୁଥିବା ସମର୍ଥନ ବଳ ରେ ୧୧ ମେ ୧୯୫୩ ରେ ଶ୍ରୀ ମୁଖାର୍ଜୀ ବିନା ଅନୁମତି ରେ ପ୍ରବେଶ କଲେ କାଶ୍ମୀରରେ, ତାଙ୍କୁ ଗିରଫ କରାଗଲା । ୨୩ ଜାନୁୟାରୀ ୧୯୫୩ ରେ ସନେ୍ଧହପଦସ୍ଥିତି ରେ ସେ ସହିଦ ହୋଇଗଲେ । ଦେଶରେ ଶୋକ ଭର୍ିଗଲା ମୁଖାର୍ଜୀ ଙ୍କ ବଳିଦାନ ର ଅର୍ଥ ହେଲା ଯେ ୯ ଅଗଷ୍ଟ ୧୯୫୩ ରେ ଶେଖ ଅବଦୁଲା ଙ୍କୁ ଜାମ୍ମୁ କାଶ୍ମୀରରେ ପ୍ରଧାନମନ୍ତ୍ରୀ ପଦରୁ ହଟାଯାଇ ତାଙ୍କୁ ଗ୍ିରଫ କରାଗଲା । ଜାମ୍ମୁକାଶ୍ମୀର ପରମିଟ ଅବସ୍ଥାକୁ ବନ୍ଦ କରାଗଲା । ୧୯୪୭ ରେ ଦେଶକୁ ସ୍ୱାଧୀନତା ମିଳିଲା କିନ୍ତୁ ଦେଶର ଏମିତି କିଛି ସହର ଥିଲା ଯେଉଁଠି ବିଦେଶୀ ମାନେ ମାଡି ବସିଥିଲେ । ଏହିସବୁ ଯାଗାରୁ ମୁକ୍ତି ପାଇ ପାର୍ଟି ଗୋଆମୁକ୍ତି ଆନ୍ଦୋଳନ ଆରମ୍ଭ କଲା ପଣ୍ଡିଚେରୀ ,ଦାଦ୍ରାନଗର ହାବେଳୀ ,ସ୍ୱତନ୍ତ୍ରତା ପାଇଁ ଅଭିଯାନ ଚଳାଇଲା । ପଶ୍ଚିମବଙ୍ଗ ର ବେରୁବାରି ପାକିସ୍ଥାନ ହାତରେ ଦେଇଦେବାରୁ ତ୍ରୀବ ବିରୋଧ ହେଲା । କଚ୍ଛ ସମଜୋଣ ବିରୋଧରେ ଆନ୍ଦୋଳନ କଲେ । ଗୋ ହତ୍ୟା ବିରୁଧରେ ଆନ୍ଦୋଳନ ଚାଲୁ ରଖିଲେ ।
-ଭାରତ ପାକିସ୍ତାନ ଯୁଦ୍ଧ-
୧୯୬୫ ରେ ପାକିସ୍ତାନ ଛଳ କରି ଭାରତ ଉପରେ ହାମଲା କରିଦେଲା । କଚ୍ଛ ର କଝରଘେଟ ସମେତ ଅନେକ ଇଲାକାକୁ କବଜା କରିଦେଲା । ଜନସଘଂ ଏହାକୁ ବିରୋଧ କଲା ଦେଶ ସରା ୫ଲକ୍ଷ ଜନତା ଦିଲ୍ଲୀ ଆସି ନାରା ଦେଲେ ଫଜନାହାରି କସନାହାରି ସରକାର ହମାରୀ । ଏହି ନାରା ଦେଶରେ ପରିବର୍ତ୍ତନ ର ସ୍ୱର ମଞ୍ଜି ବୁଣିଲା । ଜନସଂଘ ସମର୍ଥନ ରେ ତତକାଳ ଲାଲ ବାହାଦୁର ଶାସ୍ତ୍ରୀ ଙ୍କୁ ହିମତ ମିଳିଲା । ଆଉ ଭାରତୀୟ ସେନା ପାକିସ୍ତାନ ଉପରେ ବିଜୟ ପାଇଲା । ଏହାପରେ ଦେଶରେ ଏମିତି ଏକ ଅବସ୍ଥା ଆସିଲା ଭାରତୀୟ ଲୋକତନ୍ତ୍ର ର କଳା ଦାଗ ହୋଇ ରହିଲା ।
ଜରୁରୀ କାଳୀନ ପରିସ୍ଥିତି –
ଜରୁରୀକାଳିନ ସମୟରେ ତମାମ ବଡ ନେତା ଙ୍କୁ ଜେଲ ରେ ରଖାଗଲା ଏବଂ ନିର୍ଯ୍ୟତନା ଦିଆଗଲା । ଆରଏସଏସ ଉପରେ ପ୍ରତିବନ୍ଧକ ଲାଗାଗଲା । ଜନସଂଘ ର ହଜାର ହଜାର କାର୍ଯ୍ୟକର୍ତ୍ତା ଙ୍କୁ ଆଗରେ ଛିଡା ହୋଇ ପ୍ରତିବାଦ ଜଣାଇଲେ । ୧୯୭୭ ନିର୍ବାଚନରେ ଜନତାପାର୍ଟି ନେତୃତ୍ୱ ରେ ଦେଶକୁ ନୂଆ ସରକାର ମିଳିଲା । କିନ୍ତୁ ଭାରତର ଏହି ରାଜନୀତି ବହୁଦିନ ପର୍ଯ୍ୟନ୍ତ ତିଷ୍ଟି ପାର୍ିଲାନି ।,ନିଜ ଭିତରେ ଲଢେଇ ଓ କଂଗ୍ରେସ ର ଷଡଯନ୍ତ୍ର କାରଣ ରୁ ସରକାର ଭାଙ୍ଗିଗଲା ।
-ବିଜେପି ର ଗଠନ-
୬ ଏପ୍ରିଲ ୧୯୮୦ ରେ ଜନତାପାର୍ଟି ରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି ଗଠନ ହେଲା । ୧୯୮୭ ମସିହାରେ ରାଜୀବଗନ୍ଧୀ ଙ୍କ ସରକାର ଥିଲା । ବୋଫର୍ସ ମାମଲା ରେ ତାଙ୍କ ସରକାର ଙ୍କ ଉପରେ ଭ୍ରଷ୍ଟାଚାକ ଆରୋପ ଲାଗିଲା । ସାହବାନ କେଶ ରେ ଅଳ୍ପ ସଂଖ୍ୟକ ଭୋଟ ବ୍ୟାଙ୍କ ପ୍ରଭାବିତ ହେଲା । ୨୬ ସେପ୍ଟେମ୍ବର ୧୯୭୯ ରେ ପଣ୍ଡିତ ଦିନଦୟାଲ ଉପାଧ୍ୟୟ ଜୟନ୍ତି ରେ ଶ୍ରୀ ଲାଲକୃଷ୍ଣ ଆଡବାନୀ ଗୁଜୁରାଟ ର ସୋମନାଥ ରୁ ଶ୍ରୀରାମ ରଥଯାତ୍ରା ଆରମ୍ଭ କଲେ । ଦେଶର ଯେଉଁ ସବୁ ଭାଗକୁ ଏହି ରଥଯାତ୍ରା ଗଲା ସେଠି ଆଶାଠାରୁ ଅଧିକ ଜନ ସମର୍ଥନ ମିଳିଲା । ଏହି ଯାତ୍ରା ଭାରତର ରାଜନୀତି କୁ ବଦଳାଇ ରଖିଦେଲା । ତା ନୁହେଁ ଦେଶର ଭବିଷ୍ୟତକୁ ନୁଆ ରାହା ମିଳିଲା । ୧୯୯୧ ଯେତେବେଳେ ଆତଙ୍କ ବାଦ କାଶ୍ମୀରରେ ଚରମସୀମା ରେ ଥିଲା ଏହି ସମୟରେ ବିଜେପି କାଶ୍ମୀର ଲାଲଚୋକ ଉପରେ ତ୍ରିରଙ୍ଗା ଉଡାଇଲେ । ଡିସେମ୍ବର ୧୯୯୧ ରେ ଯେତେବେଳ ସମୟରେ ବିଜେପିର ଅଧ୍ୟକ୍ଷ ଡଃ.ମୁରଲି ମନୋହର ଜୋଶୀ ଙ୍କ ନେତୃତ୍ୱ ରେ ଏକତା ଯାତ୍ରା ଆରମ୍ଭ ହେଲା । ଶ୍ରୀ ନଗରର ଲାଲଚୋକ ରେ ୨୬ ଜାନୁୟାରୀ ୧୯୯୨ ରେ ତ୍ରିରଙ୍ଗା ଉଡାଇଲେ ଶ୍ରୀ ଜୋଶୀ ଏହା ଦ୍ୱାରା ଏକତା ଓ ଅଖଣ୍ଡତାର ସନ୍ଦେଶ ଦେଲେ । ୧୯୯୬ ,୧୯୯.୧୯୯୯ ତିନି ଲୋକ ସଭା ନିର୍ବାଚନ ରେ ବିଜେପି ସବୁଠାରୁ ବଡ ପାର୍ଟି ଭାବେ ଉଭାହେଲା । ଶ୍ରୀ ଅଟଳ ବିହାରୀ ବାଜପେୟୀ ଦେଶକୁ ସଫଳ ନେତୃତ୍ୱ ଦେଲେ । ଏହାପରେ ବ୍ିଜେପି ବ୍ିପକ୍ଷରେ ବସିବାକୁ ଜନାଦେଶ ମିଳିଲା ।ବିଜେପି ମଧ୍ୟ ଏଠି ସୁନ୍ଦର ବିରୋଧୀ ଦଳ ଭାବେ କାର୍ଯ୍ୟ ସମ୍ପାଦନା କଲା । ଆଜି କେନ୍ଦ୍ର ଓ ଅନେକ ରାଜ୍ୟ ରେ ବିଜେପି ଏବଂ ଏହାର ଗଠବନ୍ଧନ ସରକାର ଚାଲିଛି । ଆଜି ବିଜେପି ବିଶ୍ୱ ର ସବୁଠାରୁ ବଡ ପାର୍ଟି, ଏହି ପାର୍ଟି କୁ ଲକ୍ଷଲକ୍ଷ କାର୍ଯ୍ୟକର୍ତ୍ତା ଗଢିଛନ୍ତି । ଅନେକ କାର୍ଯ୍ୟକର୍ତ୍ତା ନେପଥ୍ୟ ରେ ରହି କାର୍ଯ୍ୟକରୁଛନ୍ତି ଓ ଭାରତମାତା ର ସେବା କରିବାରେ ଲାଗିଛନ୍ତି । ବିଜେପିର ଲଗାତାର ହେଉଥିବା ବିସ୍ତାହାର ରୁ ଜଣାପଡେ ଯେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ପାର୍ଟି ଙ୍କ ନେତୃତ୍ୱ ରେ ଆଗକୁ ବଢିଚାଲିଛି ।ପାର୍ଟି କୁ କାଶ୍ମୀର ଠୁ କନ୍ୟାକୁମାରୀ ଯାଏଁ ପୂର୍ଣ୍ଣମାତ୍ରାରେ ଜନସମର୍ଥନ ମିଳୁଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅନେକ ଜନ କଲ୍ୟାଣ ଯୋଜନା ମାଧ୍ୟମରେ ଯୋଡି ହେଉଛନ୍ତି । ସେ ଦିନ ବାଜପେୟୀ କହିଥିବା କଥା ଅନ୍ଧାର ହଟିବ ,ସୂର୍ଯ୍ୟ ଉଇଁବ,ପଦ୍ମ ଫୁଟିବ ଆଜି ବାସ୍ତବ ରୂପ ନେଇଛି ।
-ଅଟଳ ବିହାରୀ ବାଜପେୟୀ (୧୯୮୦-୧୯୮୬)
-ଏଲ କେ ଆଡଭାନୀ (୧୯୮୬-୯୧)
– ଡଃ.ମୁରଲି ମନୋହର ଯୋଶୀ (୧୯୯୧-୯୩)
-କୁସଭାଉ ଠାକରେ (୧୯୯୮-୨୦୦୦)
-ବଙ୍ଗାରୁ ଲକ୍ଷଣ (୨୦୦୦-୨୦୦୧)
-ଜନ କ୍ରୀଷ୍ଣାମୁର୍ତ୍ତୀ (୨୦୦୧-୨୦୦୨)
-ଭେଙ୍କେୟା ନାଇଡୁ (୨୦୦୨-୨୦୦୪)
-ଏଲ କେ ଆଡଭାନୀ (୨୦୦୪-୨୦୦୫)
-ରାଜନାଥ ସିଂ(୨୦୦୬-୨୦୦୯)
-ନିତିନ ଗଡକରୀ (୨୦୦୯-୨୦୧୩)
-ରାଜନାଥ ସିଂ (୨୦୧୩-୨୦୧୪)
-ଅମିତ ଶାହା (୨୦୧୪ ରୁ ଏବେ ପର୍ଯ୍ୟନ୍ତ )

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ