ବିଜେପି ସଂକଳ୍ପ ସମାବେଶରେ ଯୋଗ ଦେଲେ ରାଜନାଥ ସିଂ

ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଓଡିଶାରେ ଅନୁଷ୍ଟିତ ହେବ । ସେଥିପାଇଁ ସମସ୍ତ ରାଜନୈତିକ ଦଳ କର୍ମୀ ଠାରୁ ନେତା ଜିଜାନ ଲଗାଇଦେଇଛନ୍ତି । ଆଜି ଓଡିଶାରେ ବିଜେପି ପକ୍ଷରୁ ଭଦ୍ରକ ଚାନ୍ଦବାଲି ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ଉପରେ ବର୍ଷିଥିଲେ । କଂଗ୍ରେସ ଦୀର୍ଘବର୍ଷ ଶାସନ କାଳରେ ରହି ଦେଶରେ ପ୍ରଗତି ଆଣିପାରିଲା ନାହିଁ । କେବଳ ଗରିବ ଲୋକଙ୍କୁ ନେଇ କଟାକ୍ଷ କରିଥô୍ଲେ ରାଜନାଥ ସିଂ । ଅନ୍ୟପଟେ ବିଜେପି ସୁୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଉପରେ କଡା ଟିପଣୀ ଦେଇ ଅଭିଭାଷଣ ମାଧ୍ୟମରେ କହିଥିଲେ ଦୁଇପଦ ଓଡିଅ୍ରା କଥା କହି ଓଡିଶା ବାସୀକୁ ପ୍ରତିାରିତ କରିଛନ୍ତି ।ଅନ୍ୟ ପଟେ ସେ କହିଛନ୍ତି ମୋର ଦୁଇପଦ ଓଡିଆ କଥା ନବୀନ ଙ୍କ କଥା ଠାରୁ ବେଶ ସ୍ପଷ୍ଟ ଓ ଉନ୍ନତ । ଯିଏ ଓଡିଆ ଭାଷା ପଦେ ଭଲ ଭାବରେ କହିପାରୁନି ସିଏ କଣ ଓଡିଶା ବାସୀଙ୍କ ଦୁଖ କଣ ବୁଝିବ ବୋଲି ଆକ୍ଷେପ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଦେଶର ସୁରକ୍ଷା ଦାଇତ୍ୱ ଚୈାକିଦାରର ହାତରେ ଅଛି । ପୁଲୱାମା ଆକ୍ରମଣରୁ ଆରମ୍ଭ କରି ପାକିସ୍ତାନର ବାଲାକୋଟରେ େଂହାଇଥିବା ସର୍ଜିକାଲ ଷ୍ଟାଇକ ଏହି ସବୁ ଗୋଟିଏ ଗୋଟିଏ ହେଇଛି କେନ୍ଦ୍ର ସରକାରଙ୍କ ସଫଳତା । କେନ୍ଦ୍ର ସରକାର ଙ୍କ ଅନେକ ଜନ କଲ୍ୟାଣ ଯୋଜନା ଓଡିଶାରେ ଠିକ ଭାବେ କାର୍ଯ୍ୟକାରି ହେଉନଥିବା ସେ ଅଭିଯୋଗ କରିଛନ୍ତି । ଯଦି ଓଡିଶାରେ ବିଜେପି ସରକାର ଆସେ ସମସ୍ତ ଘରକୁ ଉଜ୍ଜଳା ଗ୍ୟାସ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ସାମିଲ କରାଯିବ । ଆଗାମୀ ଦିନରେ ଓଡିଶାରେ ପଦ୍ମ ଫୁଟିବ ବୋଲି ଦୃଢ ଆଶା ବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ