ବିଜେପି ସଂଯୁକ୍ତ ମୋର୍ଚ୍ଚାର ବିଧାନସଭା ସ୍ତରୀୟ ସମ୍ମିଳନୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ତୋଡ଼ଙ୍ଗା ପଞ୍ଚାୟତ ଅମର କଲ୍ୟାଣ ମଣ୍ଡପ ଠାରେ ବିଜେପି ସଂଯୁକ୍ତ ମୋର୍ଚ୍ଚାର ଭଣ୍ଡାରିପୋଖରୀ ବିଧାନସଭା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ନେତା ବଦ୍ରୀ ନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀକୁ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଯୋଗଦେଇ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ୯ବର୍ଷ ଶାସନରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସୁଫଳ ସମ୍ପର୍କରେ ଆଲୋକପାତ କରିବା ସହ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ କିପରି ମଜ୍ବୁତ କରାଯିବ ସେନେଇ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ତଥା ବିଧାନସଭା ପ୍ରଭାରୀ ଅଶୋକ କୁମାର ପରିଜା, ବିଧାନସଭା ସଂଯୋଜକ ପ୍ରକାଶ ଚନ୍ଦ୍ର ମହାପାତ୍ର, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ କଳ୍ପନା ଜେନା ଉଦ୍ବୋଧନ ଦେଇଥିଲେ । ଜିଲ୍ଲା ଉପସଭାପତି ଜଗବନ୍ଧୁ ଦାସ, ପଙ୍କଜିନୀ ଲେଙ୍କା, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଚୈତାଳି ଖିଲାର, କୃଷକମୋର୍ଚ୍ଚାର ରାଜ୍ୟ କମିଟି ସଭ୍ୟ ଶଙ୍କର୍ଷଣ ଜେନା, ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ, ନବକିଶୋର ବଳ, ଖଗେଶ୍ୱର ବେହେରା, ଶିବାନନ୍ଦ ଦାସ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ପହି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କେନ୍ଦୁଆପଦା ସରପଞ୍ଚ ପ୍ରମୋଦ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମିତିସଭ୍ୟ ଉଦ୍ଧବ ସେଠୀ, ପ୍ରତାପ ଦ୍ୱିବେଦୀ, ସନ୍ତୋଷ ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ ସହଯୋଗ କରିଥିଲେ । ଏଥିରେ ଦଳର ଯୁବ, କୃଷକ, ମହିଳା, ଅନୁସୂଚିତ ଜାତି ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ମୋର୍ଚ୍ଚା କମିଟିର ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ ।