ବିଜେପି ସଦର ଶାଖା ପକ୍ଷରୁ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ବିଜେପି ସଦର ଶାଖା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୫ତମ ଜୟନ୍ତୀ ଦଳୀୟ କାର୍ଯ୍ୟାଳୟରେ ଶନିବାର ପାଳିତ ହୋଇଯାଇଛି । ଦୀନଦୟାଲ ଉପାଧ୍ୟାୟଙ୍କ ତୈଳ ଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ସାମୂହିକ ବନ୍ଦେ ମାତରଂ ଗାନ କରାଯାଇଥିଲା । ଏଥି ସହିତ ଓଟିଭିର ଦିବଂଗତ ସାମ୍ୱାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଦୀନଦୟାଲଙ୍କ ଜୀବନୀ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ରବି ନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସଂଯୋଜକ ସତ୍ୟଜିତ ମିଶ୍ର, ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ, ବୈଲୋଚନ ଦାଶ, ଅରବିନ୍ଦ ବାରିକ, ଲକ୍ଷ୍ମୀ ନାରାୟଣ ବେହେରା, ଦୁକୁଲ ଘଡ଼େଇ, ଆଶିଷ ଘୋଷ, ଲୋକନାଥ ଭୂୟାଁ ପ୍ରମୁଖ ଯୋଗଦେଇ ଭାରତୀୟ ଜନସଙ୍ଘର ପ୍ରଖର ରାଷ୍ଟ୍ରବାଦୀ ନେତା, ଏକାତ୍ମ ମାନବବାଦର ପ୍ରଣେତା ତଥା ମହାନ ଜନନାୟକ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅରୂପ ଜେନା, ବିକାଶ ପାଢ଼ୀ, ଅନନ୍ତ ନାୟକ, ସସ୍ମିତା ଦାଶ, ବିବେକାନନ୍ଦ ରାଉତ, ବସନ୍ତ ନାୟକ, କାର୍ତ୍ତିକ ରାଉତ, ମନ୍ମୟ ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ