ବିଜେପି ସରକାରକୁ ଆସିଲେ ଜଙ୍ଗଲ ଜମିରେ ରହୁଥିବା ସବୁ ଆଦିବାସୀଙ୍କୁ ସ୍ଥାୟୀ ଜମି : ଧର୍ମେନ୍ଦ୍ର ପ୍ରଧାନ
ମୟୂରଭଞ୍ଜ : ବିଜେଡି ନିର୍ବାଚନ ପ୍ରଚାରରେ ମୋଦି ସରକାର ଆସିଲେ ଜଙ୍ଗଲରେ ରହୁଥିବା ଲୋକଙ୍କୁ ବାହାର କରିଦିଆଯିବ ବୋଲି ଅପପ୍ରଚାର କରୁଛି । ବିଜେପି ସରକାର ଓଡିଶାରେ ହେଲେ ଜଙ୍ଗଲ ଜମିରେ ରହୁଥିବା ସବୁ ଆଦିବାସୀଙ୍କୁ ସ୍ଥାୟୀ ଜମି ଓ ପଟ୍ଟା ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାରେ ଚାରା ଘୋଟାଲା କଲେ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ନିର୍ବାଚନ ମଣ୍ଡଳିର ମହର୍ଦାପଳସା, ରାଇରଙ୍ଗପୁରର ବହଳଦା, ସାରସକଣାର ବିଜତଳା, ବାଙ୍ଗିରପୋଷୀର କୁଲିଆଣା ଓ ଉଦଳାର ଗୋପବନ୍ଧୁ ନଗର ଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ଆସିଲେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କର ସଂରକ୍ଷଣ ବନ୍ଦ ହୋଇଯିବ ବୋଲି ବିଜେଡି କହୁଥିବା ବେଳେ ଏହା ବନ୍ଦ ହେବ ନାହିଁ । ସେ କହିଛନ୍ତି ଯେ ରାଜ୍ୟ ସରକାର ଓବିସି ବର୍ଗର ଲୋକଙ୍କୁ ସଂରକ୍ଷଣ ଦେବାର ବ୍ୟବସ୍ଥା କରୁନଥିବା ବେଳେ ରାଜ୍ୟରେ ଡବଲ ଇଞ୍ଜିନର ସରକାର ଲାଗିଲେ ଓବିସି ଓ ଆଦିବାସୀଙ୍କ ସଂରକ୍ଷଣ କରାଯିବା ସହ ଆର୍ଥିକ ପଛୁଆଙ୍କୁ ମଧ୍ୟ ସଂରକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯିବ । ସେହିପରି ମୋଦି ସରକାର ଆସିଲେ ଓଡିଶାରେ ଭତା ବନ୍ଦ ହୋଇଯିବ ବୋଲି ବିଜେଡି ଅପପ୍ରଚାର କରୁଥିବା ବେଳେ ମୋଦି ଆସିଲେ ଭତା ବନ୍ଦ ହେବ ନାହିଁ ବରଂ ଭତା ଟଙ୍କା ବଢିବ । ଏତଦବ୍ୟତିତ ମୋଦି ଆସିଲେ ଟଙ୍କିକିଆ ଚାଉଳ ଓଡିଶାରେ ବନ୍ଦ ହୋଇଯିବ ବୋଲି ବିଜେଡି ଅପପ୍ରଚାର କରୁଥିବା ବେଳେ ରାଜ୍ୟରେ ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ । ବାଜପେୟୀଙ୍କ ସରକାରରେ ଏଠକାର ଛୋଟ ଲାଇନ ରାସ୍ତାକୁ ବଡ ଲାଇନରେ ପରିଣତ କରାଯାଇଥିଲା । ଶାନ୍ତାଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ବିଜେପି ସରକାର ଦେଇଥିବା ବେଳେ ଦୌପ୍ରଦୀ ମୁର୍ମୁ ଭଳି ଶାନ୍ତାଳୀ ମହିଳାଙ୍କୁ ମୋଦି ସମ୍ମାନିତ କରିଛନ୍ତି । ଆଦିବାସୀଙ୍କ ଚିନ୍ତା ବିଜେପି ସରକାର ହିଁ କରୁଛି । ଏହାବ୍ୟତିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦି ଓଡିଶାକୁ ଆସିନଥିବା କହୁଥିବା ବେଳେ ନରେନ୍ଦ୍ର ମୋଦି ଏଠାକୁ ଆସି ରେଳ, ରାସ୍ତା, ପର୍ଯ୍ୟଟନ କଥା ଏହି ଜିଲ୍ଲାର ଚିନ୍ତା କରିଛନ୍ତି । ମୟୂରଭଞ୍ଜର ବିକାଶ ମୋଦି ହିଁ କରିାରିବେ ବୋଲି ସେ କହିଛନ୍ତି । ୨୦୨୨ ସୁଦ୍ଧା ଭାରତବର୍ଷର ସବୁ ଗରିବଙ୍କର ସ୍ଥାୟୀ ପଟ୍ଟା ଥିବା ସହ ପକ୍କା ଛାତ ମଧ୍ୟ ଥିବ । ଯେଉଁ ଘରେ ୨୪ ଘଂଟା ବିଜୁଳି, ପାଣି, ଏଲପିଜି ଗ୍ୟାସ୍ ଲାଇନ ସୁବିଧା ଥିବ । ବିଜେପି ସରକାର ହେଲେ ସବୁ ଆଦିବାସୀଙ୍କୁ ସ୍ଥାୟୀ ଜମି ଓ ପଟ୍ଟା ଡବଲ ଇଞ୍ଜିନ ସରକାର ଦେବ, ପେସା ଆଇନକୁ କଡାକଡି କରାଯିବ ସେହିପରି ଏଠାକାର ବାଦାମ ପାହାଡ-ଗୋରୁମଇଷାଣୀ ରେଳ ଲାଇନଳକୁ ମୋଦି ପୂର୍ଣ୍ଣାଙ୍ଗ କରିାରି I ବରିଷ୍ଠ ନେତା ଡା. ଦାମୋଦର ରାଉତ ଅଭିଯୋଗ କରିଥିଲେ ଯେ ମୟୂୂୂୂରଭଞ୍ଜ ଜିଲ୍ଲାରେ ଯେତେ ଜାଗା ଓ ପରିବାର ନାହିଁ ୫ ବର୍ଷରେ ତାଠୁ ଅଧିକ ଗଛ ଲାଗିଛି । ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାରେ ଚାରା ଘୋଟାଲା କଲେ କି ନାହିଁ? ଏଥିପାଇଁ ଦଣ୍ଡ ଦିଆଯିବ ଉଚିତ୍ କି ନାହିଁ ? ଓଡିଶାରେ ପରିବର୍ତନ ହୋଇଥିବା ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ତାଙ୍କର ୧୯ ବର୍ଷର ଶାସନରେ ଏ ଅଂଚଳରେ ଶୁଦ୍ଧ ପିଇବା ପାଣି ପାଇପରେ ଆସୁନାହିଁ, ୨୪ ଘଂଟା ବିଜୁଳି ନାହିଁ, ସରକାରୀ ସ୍କୁଲରେ ଶିକ୍ଷକ ଓ ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଜଳସେଚନର ସୁବ୍ୟବସ୍ଥା ନାହିଁ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ପ୍ରକୃତିରେ ଭରପୁର ଯେଉଁ ଶିମିଳିାଳ ଦିନେ ସ୍ୱୟଂ ସମ୍ପନ୍ନ ଥଲା, ଆଜି ତାହାକୁ ଦରିଦ୍ର କରିବାରେ ଏବଂ ମୌଳିକ ସୁବିଧା ନକରି ଓଲଟା ଦୁିର୍ନୀତିରେ ପେଶି ଦେଇଥିବାର ପରିବର୍ତନ ମୁଖ୍ୟମନ୍ତ୍ରୀ କରିଛନ୍ତି କହିଛନ୍ତି । ଏ ଅଂଚଳର ଯୁବକମାନେ କାମ ନପାଇ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି । ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ଯୁବକର ରୋଜଗାର ପାଇଁ ସରକାର ସବାଇ ଘାସରୁ ଟୋପି ବନାଯିବାର କାରଖାନା କରିଲେ ନାହିଁ । ଏ ଅଂଚଳର ଗାମୁଛାକୁ ବିଶ୍ୱରେ ପହଁଚାଇପାରିଲେ ନାହିଁ । ଏଥିରେ ମୋଦି କଣ କଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରୁଛନ୍ତି । ଏଥିରେ ଏ ସରକାରକୁ ଯୋଗ୍ୟ କୁହାଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ୩୩ ବର୍ଷ ହେବ ମୟୂରଭଞ୍ଜର ଭାଇ ଭଉଣୀମାନେ ସୁବର୍ଣ୍ଣରେଖାର ସ୍ୱପ୍ନ ଦେଖୁଛନ୍ତି । ହେଲେ ଏ ଯାଏଁ ସୁବର୍ଣ୍ଣରେଖାର ପାଣିମାଡିଲା ନାହିଁ । ବିସ୍ଥାପିତମାନଙ୍କୁ କ୍ଷତିଗ୍ରସ୍ତ ଭାବେ ଘୋଷଣା ନକରାଯିବା ସହ ସେମାନଙ୍କୁ କ୍ଷତି ୂରଣ ମିଳିଲାନାହିଁ । ନବୀନ ବାବୁ ଓଡିଶାର ପରିଚୟ ବୋଲି କହୁଛନ୍ତି । ଓଡିଶାର ପରିଚୟ ନବୀନ ବାବୁଙ୍କ ପାଇଁ ନୁହେଁ ବରଂ ଶିମିଳିାଳ, ଛଉ ନାଚ, ଶ୍ରୀରାମ ଚନ୍ଦ୍ର ଭଞ୍ଜ, ମହାପ୍ରଭୁ ଜଗନ୍ନାଥ ପାଇଁ । ଯେତେବେଳେ ମୁଣ୍ଡ ଖରାପ ହୁଏ ଏ ପ୍ରକାର ବାଚାଳାମୀ ଦେଖାଯାଏ ବୋଲି ସେ କହିଛନ୍ତି । ଗୋଟିଏ ବର୍ଷରେ ନରେନ୍ଦ୍ର ମୋଦିଙ୍କ ୫ ବର୍ଷର କଲ୍ୟାଣକାରୀ ଯୋଜନା । ଅନ୍ୟପଟେ ୧୯ ବର୍ଷର ନବୀନ ବାବୁଙ୍କର ପ୍ରତୀରଣା, ଦୁର୍ନୀତି, ଠକାମୀ ଓ ମିଛ ଶାସନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଦେଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୫୦ ଲକ୍ଷ ଶୌଚାଳୟ ଦେଇଛନ୍ତି । ମୋଦି ଘର ପିଛା ୧ ଲକ୍ଷ ୫୦ ହଜାର ଟଙ୍କା ଓ ଶୌଚାଳୟ ପିଛା ୧୨ ହଜାର ଟଙ୍କା ପଠାଉଥିବା ବେଳେ ଏଠାରେ ପିସି କାରବାର ହେଉଛି । ବାର୍ଧକ୍ୟ ଭତାରେ ମଧ୍ୟ ପିସି କାରବାର ହେଉଛି ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ନବୀନ ବାବୁ ଚାଷୀଙ୍କ ତାଲିକା ଦେଇନାହାନ୍ତି । ନରେନ୍ଦ୍ର ମୋଦିଙ୍କ ଉପରେ ଇର୍ଷାନ୍ୱିତ ହୋଇ ନବୀନ ବାବୁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ଡବଲ ଇଞ୍ଜିନର ସରକାର କରିବାକୁ ଆହ୍ୱାନ କରିଥିଲେ ।