ବିଜେପି ସାଙ୍ଗଠନିକ ନିର୍ବାଚନ, ମଣ୍ଡଳସଭାପତି ଭାବେ ଯୁବ ନେତୃତ୍ୱଙ୍କୁ ଦାୟିତ୍ୱ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ଭାରତୀୟ ଜନତା ପାର୍ଟି ପଶ୍ଚିମ ମୟୁରଭଞ୍ଜ,(ରାଇରଙ୍ଗପୁର):ସାଙ୍ଗଠନିକ ଜିଲ୍ଲା ର ମଣ୍ଡଳ ସଭାପତି ନିର୍ବାଚନ ଶେଷ ହେବା ପରେ ପ୍ରଥମ ପର୍ଯ୍ୟାୟ ରେ ୧୭ ଟି ମଣ୍ଡଳ ସଭାପତି ଙ୍କ ନାମ ଘୋଷଣା କରାଯାଇଛି ଚଳିତ ଥରର ସାଙ୍ଗଠନିକ ନିର୍ବାଚନ ରେ ଯୁବ ନେତୃତ୍ୱ ଙ୍କୁ ସାଙ୍ଗଠନିକ ଜିଲ୍ଲାର ବିଭିନ୍ନ ମଣ୍ଡଳ ସଭାପତି ଭାବେ ନାମ ଘୋଷଣା କରାଯାଇଛି ଏହି କ୍ରମରେ କରଞ୍ଜିଆ ନଗରମଣ୍ଡଳ ସଭାପତି ଭାବେ ଯୁବ ନେତା ତଥା ବିଜେପି ଜିଲ୍ଲା ଟ୍ରେଡ଼ ଶାଖା ସଭାପତି ସମ୍ବିଧାନ ମହାପାତ୍ର ଙ୍କୁ ମଣ୍ଡଳ ସଭାପତି ଦାୟିତ୍ୱ ମିଳିଛି କରଞ୍ଜିଆ ବ୍ଲକ ର ତାଟୋ ମଣ୍ଡଳ ସଭାପତି ଭାବେ ଯୁବ ସଂଗଠକ ଦିଲ୍ଲୀପ ମହାନ୍ତ ଙ୍କ ନାମ ଘୋଷଣା କରାଯାଇଛି କରଞ୍ଜିଆ ବ୍ଲକ ଗ୍ରାମୀଣ ମଣ୍ଡଳ ସଭାପତି ଭାବେ ଯୁବନାରୀନେତ୍ରୀ ତଥା ଜିଲ୍ଲା ସମ୍ପାଦିକା ସୁନାମଣୀ ହୋ ଙ୍କ ନାମ ଘୋଷଣା କରାଯାଇଛି ଯଶିପୁର ବ୍ଲକ ଶିମିଳିପାଳ ମଣ୍ଡଳ ସଭାପତି ଭାବେ ଯୁବ ଆଦିବାସୀ ସଂଗଠକ ମହାନ୍ତି ବିରୁଆ,ଯଶିପୁରମଣ୍ଡଳ ସଭାପତି ଭାବେ ପଶୁପତିମିଶ୍ର, ଠାକୁରମୁଣ୍ଡା ବ୍ଲକ ମହୁଲଡିହା ମଣ୍ଡଳ ସଭାପତି ଭାବେ ରଘୁନାଥ ନାଏକ, ରରୁଆଁ ମଣ୍ଡଳ ସଭାପତି ଭାବେ ରଞ୍ଜନ କୁମାର ଦଳେଇ, ଘାଗରବେଡା ମଣ୍ଡଳ ସଭାପତି ଭାବେ ଭାରତ ଚନ୍ଦ୍ର ମହାନ୍ତ, ଶୁକୃଳି ମଣ୍ଡଳ ସଭାପତି ଭାବେ ତାପସ କୁମାର ତିରିଆ,ମାନନ୍ଦ ପ୍ରଭାତ ରଞ୍ଜନ ଗିରି ଙ୍କ ନାମ ଘୋଷଣା କରାଯାଇଛି
ଆଜି ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ତଥାସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ରାଜ୍ୟ ମହିଳାମୋର୍ଚା ସମ୍ପାଦିକା ସିପ୍ରା ବାଜପେୟୀ ଚଳିତମାସ ୪ ତାରିଖ ଅନୁଷ୍ଠିତ ହୋଇଥିବା ମଣ୍ଡଳ ସଭାପତି ନିର୍ବାଚନ ନିମନ୍ତେ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚ ପରେ ମଣ୍ଡଳ ସଭାପତି ମାନଙ୍କ ନାମ ଘୋଷଣ କରିବା ପରେ ନବ ନିଯୁକ୍ତ ମଣ୍ଡଳ ସଭାପତି ଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି
ତାଙ୍କ ପ୍ରତି ଦଳୀୟ ନେତୃତ୍ୱ ଅସ୍ଥା ପ୍ରକଟ କରି ଏଭଳି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ, ଜିଲ୍ଲାସଭାପତି କୃପାସିନ୍ଧୁ ମହାନ୍ତ ଓ ସମସ୍ତ କାର୍ଯ୍ୟକର୍ତା ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ନବନିଯୁକ୍ତ ମଣ୍ଡଳ ସଭାପତି ମାନେ.