ବିଜେପୁରରେ ଫାଙ୍କା ଗୁଳି ଚାଳନା ,୩ ଅଭିଯୁକ୍ତ ଗିରଫ
ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଶାନ୍ତିପୂର୍ଣ୍ଣ ନିର୍ବାଚନ ମଣ୍ଡଳୀଭାବେ ବେଶ ପରିଚିତ ,ଶାନ୍ତି ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରେ ଅଶାନ୍ତିର ବାତାବରଣ । ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ଲାଉମୁଣ୍ଡା ଗ୍ରାମରେ ୩ ଜଣ ଯୁବକ ବାଇକରେ ଆସି ବନ୍ଧୁକରୂୁ ଫାଙ୍କା ଗୁଳି ଚଳାଇ ହଇଚଇ ସୃଷ୍ଟି କରିଛନ୍ତି । ଗୁଳି ଚଳାଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀମାନେ ତିନି ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । କାବୁ କରି ୩ ଜଣ ଅଭିଯୁକ୍ତ ଙ୍କୁ ନିର୍ଧୁମ ଛେଚିିଲା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଘଟଣା ସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି । ଏହି ଘଟଣା ପରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତେଜନା ପରିସ୍ଥିତି ଦେଖାଦେଇଛି । ଅଭିଯୁକ୍ତଙ୍କ ଦ୍ୱାରା ହୋଇଥିବା ଫାଙ୍କା ଗୁଳିଚାଳନା ର ପ୍ରକୃତ ରହସ୍ୟ ଜଣାପଡିନାହିଁ । ଆଗକୁ ଉପନିର୍ବାଚନ , ନିର୍ବାଚନ ପୂର୍ବରୁ ଏହି ଭଳି ଘଟଣା ଘଟିଥିବାରୁ ପୋଲିସ ସମସ୍ତ ଦିଗରୁ ନଜରରେ ରଖି ତଦନ୍ତ ଆରମ୍ଭ କରିଛି ।