ବିଜେବି କଲେଜରେ ବୈଭବୀ ଦାଶଙ୍କୁ ଉଦୟନାଥ ସ୍ମାରକୀ ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଯୁକ୍ତ ୩ବିଜେବି ମହାବିଦ୍ୟାଳୟର ଆନ୍ଥ୍ରୋପଲୋଜି ବିଭାଗରେ ସର୍ବଶ୍ରେଷ୍ଠ ନମ୍ବର ରଖିଥିବା ବୈଭବୀ ଦାଶଙ୍କୁ ଉଦୟନାଥ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଛି । ଏଥି ସହ ୪ହଜାର ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଇଛି । ଏହି ସମ୍ମାନ ପ୍ରଦାନ ବେଳେ କଲେଜର ଅଧ୍ୟକ୍ଷ ଡ଼ ନିରଞ୍ଜନ ମିଶ୍ର, ଆନ୍ଥ୍ରୋପଲୋଜି ବିଭାଗର ମୁଖ୍ୟ ଇତିଶ୍ରୀ ପାଢ଼ୀ ଓ ସୋସଲଜି ବିଭାଗ ମୁଖ୍ୟ ବିଭାବରୀ ବଳ ପ୍ରମୁଖ ଉପସ୍ଥିତଥିଲେ ।


