ବିଜେଡ଼ିରେ ଯୋଗ ଦେଲେ ଉଢୁରା ପଞ୍ଚାୟତର ଶତାଧିକ ବିଜେପି କର୍ମୀ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରବିବାର ଅପରାହ୍ଣ ତିନି ଘଣ୍ଟା ସମୟରେ ବେଲଗୁଣ୍ଠା ସ୍ଥିତ ମାଆ ବ୍ରାହ୍ମଣ ଦେବୀ ପୀଠରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି I ପୂର୍ବରୁ ପଞ୍ଚାୟତ ନିର୍ବାଚନ ପରେ ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନ ପୂର୍ବଦିନ ବିଜେପିରୁ ଇସ୍ତଫା ଦେଇ ତତ୍କାଳୀନ ବିଜେପି ମଣ୍ଡଳ ସଭାପତି ଥିବା ଉଢୁରା ପଞ୍ଚାୟତର ଯୁବ ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ ପ୍ରଶାନ୍ତ ନାୟକଙ୍କୁ ସମର୍ଥନ କରି ବିଜେଡ଼ିରେ ଯୋଗ ଦେଇଥିଲେ I ଆଜି ସୁଧାଂଶୁଙ୍କ ଶତାଧିକ ସମର୍ଥକ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଥିଲେ I ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ୱର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗ ଦେଇ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ମିଶିଥିବାରୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଏହା ଆଣ୍ଟିବାୟୋଟିକ୍ ସଦୃଶ କାର୍ଯ୍ୟ କରିବ ବୋଲି ପ୍ରକାଶ କରିବା ସହ ବେଲଗୁଣ୍ଠା ଏବଂ ସୋରଡ଼ା ଏନ୍ଏସି ଓ ବିଭିନ୍ନ ପଂଚାୟତରୁ ଆହୁରି ବହୁ ନେତା ବିଭିନ୍ନ ଦଳରୁ ଆସି ବିଜେଡ଼ିରେ ଯୋଗ ଦେବେ ବୋଲି ପ୍ରକାଶ କରିଥିଲେ I ଏହି ମିଶ୍ରଣ ପର୍ବରେ ଅନ୍ୟତମ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ଗୋବରା ସମିତିସଭ୍ୟ ବିଭୂପାଦ ଜେନା,୪୭ ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉଢୁରା ସରପଞ୍ଚ ବିଷ୍ଣୁ ସେଠୀ, ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ, ଯୁବନେତା ନୀଳାଞ୍ଚଳ ସ୍ୱାଇଁ, ପଞ୍ଚାୟତ ବିଜେଡ଼ି ସଭାପତି ସନ୍ତୋଷ କୁମାର ଜେନା,ଯୁବନେତା ସରୋଜ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I ବିଧାୟକ ଶ୍ରୀ ସ୍ୱାଇଁ ବିଜେପିରୁ ଆସି ବିଜେଡ଼ିରେ ମିଶିଥିବା ସମସ୍ତ କର୍ମୀ ମାନଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ I ଆଗାମୀ ଦିନରେ ମନୋମାଳିନ୍ଯ ଭୂଲି ସମସ୍ତେ ଏକତ୍ରିତ ହୋଇ ଗରୀବ ଲୋକଙ୍କ ସେବା ମନୋବୃତ୍ତି ରଖି ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଥିଲେ I ଆଜିର ଏହି ମିଶ୍ରଣ ପର୍ବରେ ନାଏବ ସରପଞ୍ଚ ସଂଜୀବ ନାୟକ ଙ୍କ ସମେତ ଆକୁଳ ଜେନା, ଅନିରୁଦ୍ଧ ବିଷୋୟୀ, ଗଣେଶ ଜେନା, ଡାକ ପ୍ରଧାନ, କପିଳ ବରାଡ,ଯୁଧିଷ୍ଠିର ଜେନା, ବୁଦ୍ଧିରାମ ନାୟକ, କାର୍ତ୍ତିକ ନାୟକ, ସୂର୍ଯ୍ୟ ପରିଡ଼ା, ଜଗନ୍ନାଥ ବରାଡ,ଅମରନାଥ ପ୍ରଧାନ,ବିପ୍ର ନାୟକ, ରଙ୍କ ନାୟକ, ଭଜମନ ନାୟକ, ନିରଞ୍ଜନ ନାୟକ, ବାବୁ ନାୟକ, ଗୋପୀ ନାୟକ, ଭଗବାନ ସ୍ୱାଇଁ, ଦିବାକର ସାହୁ, ଦେବ ହରି ସାହୁ, ଧୀରେନ୍ଦ୍ର ସାହୁ ପ୍ରମୁଖ ବିଜେପିରୁ ଆସି ଯୋଗ ଦେଇଥିବା ବେଳେ ସ୍ୱାଧୀନ ଭାବେ ଥିବା ପଞ୍ଚାୟତର ୩୦ ରୁ ଉର୍ଦ୍ଧ୍ୱ କର୍ମୀ ଆଜି ଅନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲେ I ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକ ବିଜେଡି଼ ଏକ ବୃହତ୍ ଦଳ ହୋଇଥିବା ବେଳେ ନବୀନଙ୍କ ସ୍ଵଚ୍ଛ ଶାସନ ଏବଂ ଜନହିତକର ଯୋଜନା ପାଇଁ ବିଭିନ୍ନ ଦଳରୁ ନେତାମାନେ ଆସି ସାମିଲ୍ ହେଉଛନ୍ତି ବୋଲି ପ୍ରକାଶ କରିବା ସହ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ କର୍ମୀଙ୍କୁ ପରାମର୍ଶ ଦେଇଥିଲେ I ଆଗାମୀ ବିଧାନ ସଭା ନିର୍ବାଚନ ପୂର୍ବରୁ ଏହି ମିଶ୍ରଣ ପର୍ବର ପ୍ରଭାବ ଅନ୍ୟ ପଂଚାୟତ ଗୁଡି଼କ ଉପରେ ପଡ଼ିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ