ବିଜେଡ଼ିର ସାଙ୍ଗଠନିକ ବୈଠକ, ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ଦାରିଙ୍ଗବାଡିରେ ସମ୍ବର୍ଦ୍ଧନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୪ ଗୋଟି ବ୍ଳକର ନବ ନିଯୁକ୍ତ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କୁ ଆଜି ଦାରିଙ୍ଗବାଡ଼ିଠାରେ ବିଜେଡ଼ି ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିବା ବେଳେ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଉପାଧ୍ୟକ୍ଷା ସାରଥୀ ମଲିକ, ଟିକାବାଲି ବ୍ଳକ ସଭାପତି ରୋଦନ ମଲିକ, ଜି.ଉଦୟଗିରି ବ୍ଳକ ସଭାପତି ସୀମାଞ୍ଚଳ ନାୟକ, ରାଇକିଆ ବ୍ଳକ ସଭାପତି ରାଜ ମୋହନ ଦିଗାଲ ଓ ଦାରିଙ୍ଗବାଡ଼ି ବ୍ଳକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ସମେତ ଜି.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଦିପ୍ତିରେଖା ପ୍ରଧାନ, ଜିଲା ବିଜୁ ଜନତା ଦଳର ନୂତନ ସଭାପତି ବିଷ୍ଣୁ ଚରଣ ମଲିକ, ବିଜୁ ଛାତ୍ର ଜନତା ଦଳର ସଭାପତି ସୁନିଲ୍‍ ସେଠୀ ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମର ଦାରିଙ୍ଗବାଡ଼ି, ରାଇକିଆ, ଟିକାବାଲି ଓ ଜି.ଉଦୟଗିରି ବ୍ଳକର ବିଜୁ ଯୁବ ଛାତ୍ର ଜନତା ଦଳର ଓ ବିଜୁ ଯୁବ ଜନତା ଦଳର ନବନିଯୁକ୍ତି ସଭାପତି, ଉପସଭାପତି, ସଂପାଦକ, ସୋସିଆଲ୍‍ ମିଡ଼ିଆ ଇନଚାର୍ଜ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆଗାମି ପଞ୍ଚାୟତ ନିର୍ବାଚନରେ ଦଳ ଯେଭଳି ଭାବେ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସମସ୍ତ ୪ଟି ବ୍ଳକରେ ଜିଲା ପରିଷଦ ହାତେଇବା ସହ ସମସ୍ତ ବ୍ଳକ ଅଧ୍ୟକ୍ଷ ପଦ ହାତେଇବ ନେଇ ରଣକୌଶଳ ପ୍ରସ୍ତୁତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବ୍ଳକ ବିଧାୟକ ପ୍ରତିନିଧି ଦୀପକ ସାହୁଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ, ଗ୍ରୀନବାଡ଼ି ସରପଞ୍ଚ ସଂଜୟ ପ୍ରଧାନ ସମେତ ବହୁ ବିଜେଡ଼ି କର୍ମୀମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ