ବିଜେଡ଼ିର ହାଇପ୍ରୋଫାଇଲ ପ୍ରଚାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ସାଧାରଣ ନିର୍ବାଚନକୁ ନେଇ ଗ୍ରାମାଂଚଳ ଠାରୁ ସହରାଞ୍ଚଳ ଉଠୁଛି ପଡ଼ୁଛି । ପ୍ରଚାର ଓ ରୋଡ଼ ସୋରେ ରାଜରାସ୍ତା ଦୁଲୁକୁଛି । କେଉଁଠି ମୋଟର ସାଇକେଲ ରାଲି ତ ଆଉ କେଉଁଠି ପଦଯାତ୍ରା ଓ ପଥପ୍ରାନ୍ତ ସଭା । ଡ଼ାକବାଜି ଯନ୍ତ୍ରରେ ପ୍ରାର୍ଥୀ ମାନଙ୍କ ନିର୍ବାଚନୀ ଗୀତ ଓ ନାରାବାଜିରେ ପ୍ରକମ୍ପିତ ହୋଇପଡ଼ୁଛି ଗାଁ ଦାଣ୍ଡରୁ ସହରରାସ୍ତା । ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ମାନେ ଭୋଟରମାନଙ୍କ ନିକଟକୁ ଯାଇ ଭୋଟରମାନଙ୍କ ସହ ନମସ୍କାର କରିବା , ହାତମିଳାଇବା ଓ ଆର୍ଶିବାଦ ନେଉଥିବା ର ଦେଖିବାକୁ ମିଳୁଛି । ଏହି ପରିପେକ୍ଷିରେ ରବିବାର ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଟିକଟରେ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହୋିଇଥିବା ପ୍ରାର୍ଥୀନି ପ୍ରମିଳା ବିଷୋୟୀ ନିଜ ସମର୍ଥକ, ଦଳୀୟ ନେତା ମାନଙ୍କ ଗହଣରେ ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ୱାର୍ଡ଼ରେ ହାଇପ୍ରୋଫାଇଲ ପ୍ରଚାରରେ ସାମିଲ ଥିଲେ । ଆସିକା ଲୋକସଭା ଆସନର ପ୍ରାର୍ଥୀନି ପ୍ରମିଳା ବିଷୋୟୀ ଓ ହିଂଜିଳି ବିଧାନସଭା ଆସନର ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ହିଂଜିଳିକାଟୁ ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ପୌରଅଧ୍ୟକ୍ଷା ଗୌରୀ ପାଣିଗ୍ରାହୀ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ପୋଲାଇ, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ଼, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରି ମୋହନ ପାଢି, ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ସଭାନେତ୍ରୀ ବବିତା ପାଢି, ନିଳମଣି ପଟ୍ଯନାୟକ, କୃଷ୍ଣ ଚନ୍ଦ୍ର ସାହୁ, କାହ୍ନୁ ଚୌଧୁରୀ, ମୁଖ୍ୟମନ୍ତ୍ରୀଙ୍କପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ଯୁଧିଷ୍ଟିର ସ୍ୱାଇଁ, କିରଣ ପଟ୍ଟନାୟକ, ବୈଜନ୍ତମାଳା ପଟ୍ଟନାୟକଙ୍କ ସମେତ ଶତାଧିକ ମହ÷ିଳା ଓ ପୁରୁଷ ବିଜେଡ଼ି କର୍ମୀ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ