ବିଜେଡ଼ି ଜିଲ୍ଲା କାର୍ଯ୍ୟକାରିଣୀ: ଡ଼ି. ବିଶ୍ୱନାଥ ଉପସଭାପତି, ପବିତ୍ର ପାଣିଗ୍ରାହୀ ସାଧାରଣ ସମ୍ପାଦକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀରେ ହିଞ୍ଜିଳିକାଟୁ ବ୍ଳକର ବରିଷ୍ଠ ନେତା, ସମାଜସେବୀ ତଥା ପୂର୍ବତନ ବିସିସି ବ୍ୟାଙ୍କ ସଭାପତି ଡ଼ି. ବିଶ୍ୱନାଥଙ୍କୁ ଉପସଭାପତି ଓ ହିଂଜିଳିକାଟୁ ପୌରାଂଚଳର ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଉଭୟଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯିବା ପରେ ସ୍ଥାନୀୟ ଅଂଚଳର ବିଜେଡ଼ି କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ଅନ୍ୟ ପକ୍ଷରେ ବିଜେଡ଼ି ଗଞ୍ଜାମ ଜିଲ୍ଲା ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଦ୍ୱାରା ପ୍ରକାଶିତ ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ କମିଟିରେ ସ୍ଥାନୀୟ ବ୍ଳକ ଦାରୁଭଦ୍ରା ପଂଚାୟତର ତଥା ଆତ୍ମା ଅଧ୍ୟକ୍ଷ ଏଳା ସୁଦର୍ଶନ, ଗଣ୍ଡଳା ପଂଚାୟତର ରବିନ୍ଦ୍ରନାଥ ସାବତ ଏବଂ ସ୍ଥାନୀୟ ପୌରାଂଚଳର ସସ୍ମିତା ପଟ୍ଟନାୟକଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଦସ୍ୟ, ସଦସ୍ୟା ଭାବେ ମନୋନୀତ କରାଯାଇଛି । ମନୋନୀତ କର୍ମକର୍ତା ଓ ସଦସ୍ୟ, ସଦସ୍ୟା ମାନେ ଏଭଳି ଗୁରୁଦାୟିତ୍ୱ ପ୍ରଦାନ କରାଯିବାପରେ ହିଂଜିଳି ବିଧାୟକ, ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ଜିଲ୍ଲା ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅନ୍ୟପକ୍ଷରେ ନୂତନ ଭାବେ ମନୋନେୀତ କାର୍ଯ୍ୟକର୍ତା ସଫଳ ଭାବେ ଗୁରୁଦାୟିତ୍ୱ ତୁଲାଇବା ସହ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି । ମନୋନୀତ କର୍ମକର୍ତା ଓ ସଦସ୍ୟ, ସଦସ୍ୟା ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟିଛି ।


