ବିଜେଡ଼ି ରାଜ୍ୟ ଆଇନ ସେଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ବିଜେପି ପକ୍ଷରୁ ସୋମବାର ଦିନ ଆୟୋଜିତ ବିଜୟ ସଂକଳ୍ପ ସଭାରେ ମୁଖ୍ୟମନ୍ତ୍ରୀ ତଥା ହିଂଜିଳି ବିଧାନସଭା ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ମିଥ୍ୟା ଆରୋପ ପ୍ରତିବାଦ କରି ରାଜ୍ୟ ବିଜେଡ଼ି ଆଇନ ସେଲ ପକ୍ଷରୁ ହିଂଜିଳି କଲ୍ୟାଣମଣ୍ଡପ ପରିସରରେ ଏକ ସାମ୍ବାଦିକସମ୍ମିଳନୀର ଆୟୋଜନ କରାଯାଇଥିଲା । ଜିଲ୍ଲାରେ ଯୁବକ ମାନେ କାମ ନପାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା, ଯୁବକର ସ୍ୱାଭିମାନ ଓ ରୋଜଗାର ସହ ଅନ୍ୟାନ ଦୁର୍ନୀତି ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଅଭିଭାଷଣରେ କହିଥିଲେ । ଯାହାକୁ ନେଇ ରାଜ୍ୟ ବିଜେଡ଼ି ଆଇନ ସେଲ ପକ୍ଷରୁ ଜୁମୁଲା ବାଜି ବୋଲି ବୟାନ କରାଯାଇଛି । ଆଇନରାଜ୍ୟ ଅଧ୍ୟକ୍ଷ ଅମିତାଭ ଦାଶଙ୍କ ସହ ରାଜ୍ୟ ଟିମ୍ର ଅନ୍ୟ ସଦସ୍ୟ ମାନେ ଆୟୋଜେିତ ସାମ୍ବାଦିକ ସମ୍ମ୍ିଳନୀରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ, କଳାଧନ ଫେରାଇ ଆଣିବା, ବିମୁଦ୍ରିକରଣରେ ଜାଲିଆତି.କେନ୍ଦ୍ରରେ ନିଯୁକ୍ତି ବିଫଳ, ପ୍ରତ୍ୟେକଙ୍କ ବ୍ୟାଙ୍କ ଆକାଉଂଟକୁ ୧୫ ଲକ୍ଷ ଟଙ୍କା ପ୍ରଦାନ ପରି ଜୁମୁଲାବାଦି, ମହାନଦୀ ଜଳ ପ୍ରସଙ୍ଗରେ ଓଡ଼ିଶାର ଦାବୀକୁ ଅବହେଳା ପ୍ରଭୃତି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଥିଲେ । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ ଯୋଜନା, ଭଳି ରାଜ୍ୟ ସରକାରଙ୍କବହୁ ଜନକଲ୍ୟାଣକାରୀ ଯୋଜନାକୁ ଚିତ୍ରଣ କରିଥିଲେ । ରାଜ୍ୟରେ ପୁଣି ଥରେ ନବୀନ ସରକାର ଗଠନ ହେବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ରାଜ୍ୟ ଆଇନ ସେଲ ଅଧ୍ୟକ୍ଷ ଦାଶଙ୍କ ସହ ଅଡନ୍ୟ ମାନଙ୍କ ମଧ୍ୟୋ ଶଶି ଭୂଷଣ ଦାଶ, ଦିପକ ରଂଜନ ପରିଡ଼ା, ହରିକୃଷ୍ଣ ପାଣିଗ୍ରାହୀ, ନିତ୍ୟାନନ୍ଦ ବେହୁରିଆ, କରୁଣାକର ଦାଶ, ପୱନ ଶର୍ମା, ପ୍ରକାଶ ଚୌଧୁରୀଙ୍କ ସହ ବିଜେଡ଼ିର ସ୍ଥାନୀୟ ପୌରାଂଚଳ ସଭାପତି ଭୀମସେନ ବେହେରା, ମୁଖ୍ୟମନ୍ତ୍ରୀଙ୍କପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୂର୍ବତନ ବିଧାୟକ ହରିହର ସାହୁ, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ୟାରୀ ମୋହନ ପାଢି, ନିଳମଣି ପଟ୍ଟନାୟକ, ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ଯୁବନେତା ନିଳମଣି ପଟ୍ଟନାୟକ, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ