ବିଜେଡ଼ି ର ଜିଲ୍ଲାପରିଷଦ ପ୍ରାର୍ଥୀ ଘୋଷିତ : ପୁଣି ଟିକଟ ପାଇଲେ ନିବେଦିତା
ଶେରଗଡ଼, (ବିଭୁ ପ୍ରସାଦ ଦାସ) :ଶେରଗଡ ବ୍ଲକ ନିର୍ବାଚନ ତାରିଖ ପାଖେଇ ଥିବା ବେଳେ ନେତା ମାନଙ୍କୁ ଉଷ୍ମତା ଲାଗି ରହିଥିଲା । ପ୍ରାଥୀ କିଏ ଟିକଟ ପାଇବେ ତାକୁ ନେଇ ଦଳ ରେ ଏକ ପ୍ରକାର ଅଙ୍କ କସା ଆରମ୍ଭ ହୋଇଥିଲା । ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଶେରଗଡ ବିଜେଡ଼ି ର ଜିଲ୍ଲାପରିଷଦ ସଭ୍ୟ ରେ ମୋହର ମାରି ଛନ୍ତି । ୫୬ନଂ ଜୋନ ପାଇଁ ପୂର୍ବତନ ବ୍ଲକ ବିଜେଡି ସଭାପତି ଚିତ୍ତରଞ୍ଜନ ପାଣିଗ୍ରାହୀ, ୫୭ ନଂ ଜୋନ ପାଇଁ ନିବେଦିତା ପ୍ରଧାନ ଙ୍କୁ ଟିକଟ ଦେଇଛନ୍ତି । ସେହିପରି ୫୮ନଂ ଜୋନ ପାଇଁ ମନୋରମା ପଲେଇ ଙ୍କୁ ଚୟନ କରାଯାଇଛି । ସଭ୍ୟ ପାଇଥିବା ନିବେଦିତା ପ୍ରଧାନ ହେଉଛନ୍ତି ସମୀର ପ୍ରଧାନ ଙ୍କ ପତ୍ନୀ ସେ ଗତ ୨୦୧୨ ରୁ ୨୦୧୭ପର୍ଯ୍ୟନ୍ତ ଜିଲାପରିଷଦ ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଦଳ ତରଫରୁ । ସେହିପରି ଚିତ୍ତରଞ୍ଜନ ପାଣିଗ୍ରାହୀ ଜଣେ ପ୍ରକୃତ ବିଜେଡି ନେତା ଯିଏ କି ଦଳୀୟ ଶୃଙ୍ଖଳାରେ ଦଳରେ ରହି ଆସୁଛନ୍ତି । ତାଙ୍କୁ ଦଳ ପ୍ରାଥୀ କରିଥିବାରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ସେହିପରି ନିବେଦିତା ଙ୍କ ସ୍ୱାମୀ ସମୀର ପ୍ରଧାନ ମଧ୍ୟ ଗଭୀର କୃତଜ୍ଞତା ଜଣାଇବା ସହ ଦଳ ପ୍ରତି କାମ କରିବୁ ବୋଲି ମତ ପ୍ରକାଶ କରିଛନ୍ତି ।